Odisha Link
Bridging the Missing Links in Odisha

କରୋନା ଆତଙ୍କ: ଆଜି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ କରୋନା ଭାଇରସ ସମ୍ପର୍କରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ ଆଜି କରୋନା ଭାଇରସ ସମ୍ପର୍କରେ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ଆଜି ଅପରାହ୍ଣ ୪ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ।

ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେଣୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରମାନେ କେଉଁ ସବୁ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ମୋଦି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ। ଏଥିସହ ରାଜ୍ୟଗୁଡ଼ିକ କରୋନା ମୁକାବିଲା ପାଇଁ କେନ୍ଦ୍ରର କେଉଁ ସବୁ ସହାୟତା ଲୋଡ଼ୁଛନ୍ତି, ସେ ବିଷୟରେ ମଧ୍ୟ ବୈଠକରେ ସମୀକ୍ଷା କରାଯିବ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.