Odisha Link
Bridging the Missing Links in Odisha

ଇସ୍ତଫା ଦେଲେ କମଲନାଥ, ଶିବରାଜ ଓ ସିନ୍ଧିଆ କହିଲେ ‘ସତ୍ୟମେବ ଜୟତେ’

ଭୋପାଳ: ମଧ୍ୟପ୍ରଦେଶର ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କମଲନାଥ। ୧୭ ଦିନର ରାଜନୈତିକ ନାଟକ ପରେ ଇସ୍ତଫା ଦେଲେ କମଲନାଥ। କଂଗ୍ରେସ ସରକାର ଭାଙ୍ଗିବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ। ଜନତାଙ୍କ ବିଜୟ ହେଲା ବୋଲି ସେ କହିଛନ୍ତି।

ଜ୍ୟୋତିରାଦିତ୍ୟ ସିନ୍ଧିଆ ଟୁଇଟ କରି କହିଛନ୍ତି ଯେ, “ମଧ୍ୟପ୍ରଦେଶରେ ଆଜି ଜନସାଧାରଣଙ୍କ ବିଜୟୀ ହୋଇଛି। ମୋ ମତରେ ରାଜନୀତି ଜନସେବାର ମାଧ୍ୟମ ହେବା ଦରକାର। ହେଲେ ଏଥିରୁ ମଧ୍ୟପ୍ରଦେଶ ସରକାର ରାସ୍ତା ଭୁଲି ଯାଇଥିଲେ। ସତ୍ୟତାର ପୁଣି ବିଜୟ ହୋଇଛି। ସତ୍ୟମେବ ଜୟତେ”। ଏଭଳି କହିଛନ୍ତି ସିନ୍ଧିଆ।

ଅପରପକ୍ଷେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ମଧ୍ୟ ‘ସତ୍ୟମେବ ଜୟତେ’ ଲେଖିଛନ୍ତି।

Comments are closed.