Odisha Link
Bridging the Missing Links in Odisha

ଜଣେ ମହିଳାଙ୍କ ଭିଡିଓ ଶେୟାର କଲେ ସେହଓ୍ବାଗ, ଲେଖିଲେ କରୋନା ପ୍ରତିରୋଧ ଆସନ

ନୂଆଦିଲ୍ଲୀ: ସାରା ବିଶ୍ବରେ ବର୍ତ୍ତମାନ ଗୋଟାଏ ଚର୍ଚ୍ଚା ତାହା ହେଉଛି କରୋନା ଭାଇରସ୍। ୯ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି କରୋନା ଭାଇରସର ପ୍ରକୋପରେ ମୃତ୍ୟୁବରଣ କରି ସାରିଲେଣି। ଦିନକୁ ଦିନ ଭାରତରେ ମଧ୍ୟ କରୋନା ଭାଇରସର ପ୍ରକୋପ ଦେଖିବାକୁ ମିିଳୁଛି। ଭାରତରେ ୨୮୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଏସବୁକୁ ନଜରରେ ରଖି ଆସନ୍ତାକାଲି ଦେଶରେ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଦୂରତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି। ଏହି ସମୟରେ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହଓ୍ବାଗ ଏକ ଭିଡିଓ ସୋଶିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହା ଏବେ ଖୁବ ଭାଇରାଲ ହୋଇଛି।

https://www.instagram.com/p/B-AAPNPA6Q5/

ସେହ‌ଓ୍ବାଗ ଶେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ମହିଳା ମେଟ୍ରୋ ଟ୍ରେନ୍‌ ସିଟ୍‌ ବର୍ଥରେ ଏକୁଟିଆ ବସିଛନ୍ତି। ଜଣେ ବ୍ୟକ୍ତି ତାଙ୍କ ପାଖ ସିଟରେ ବସିବାକୁ ଆସିଥିଲେ। ହେଲେ ମହିଳା ଜଣକ ତାଙ୍କ ଗୋଡ଼ ସିଟ ଉପରେ ରଖିଦେଇଥିଲେ। ପରେ ଅପରପକ୍ଷ ସିଟକୁ ବ୍ୟକ୍ତି ଜଣକ ଯିବାକୁ ଚାହିଁଥିବା ବେଳେ ସେଇ ସିଟରେ ମଧ୍ୟ ମହିଳା ଜଣକ ତାଙ୍କ ଗୋଡ଼ ରଖିଥିଲେ। ସେହଓ୍ବାଗ ଏହି ଭିଡିଓଟିକୁ ନିଜ ଇନଷ୍ଟ୍ରାଗ୍ରାମରେ ଶେୟାର କରି ଲେଖିଛନ୍ତି ଯେ, କରୋନା ପ୍ରତିରୋାଧ ଆସନ, ଦୟାକରି ଲୋକଙ୍କଠୁ ଦୂରରେ ରୁହନ୍ତୁ ଏବଂ ତାଙ୍କୁ ଦୂରରେ ରଖନ୍ତୁ। ଦୂରତା ରଖନ୍ତୁ ଆଉ ଘରେ ରୁହନ୍ତୁ ବୋଲି ସେହଓ୍ବାଗ ଲେଖିଛନ୍ତି।

Comments are closed.