Odisha Link
Bridging the Missing Links in Odisha

ଆଜି ମଧ୍ୟରାତ୍ରିରୁ ବିମାନସେବା ବନ୍ଦ

ନୂଆଦିଲ୍ଲୀ: କରୋନା ଭୂତାଣୁର ଭୟାବହତାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ବିମାନ ଉଡ଼ାଣ ଉପରେ କଟକଣା ଜାରି କରିଛନ୍ତି। ଆସନ୍ତାକାଲି (୨୫ ମାର୍ଚ୍ଚ) ଠାରୁ ଦେଶ ଭିତରେ ସମସ୍ତ ବିମାନ ଚଳାଚଳ ବନ୍ଦ ରହିବ। ପୂର୍ବରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ କରାଯାଇଥିବା ବେଳେ ଆଜି ମଧ୍ୟରାତ୍ରିରୁ ଅନ୍ତର୍ଦ୍ଦେଶୀୟ ବିମାନ ଉଡ଼ାଣ ବନ୍ଦ ମାଧ୍ୟମରେ ଦେଶରେ ବିମାନସେବା ସମ୍ପୂର୍ଣ୍ଣ ସ୍ଥଗିତ ରହିବ।

ଦେଶକୁ ଫେରୁଥିବା ଲୋକଙ୍କ ଠାରେ କରୋନା ସଂକ୍ରମଣ ଦେଖାଦେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସୋମବାର ସୁଦ୍ଧା ଦେଶରେ ୪୭୬ ଜର କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ୩୦ଟି ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଟ୍ରେନ୍‌ ଚଳଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଲୋକମାନଙ୍କୁ ଘରୁ ନ ବାହାରିବା ଲାଗି ସରକାର ପରାମର୍ଶ ଦେଇଛନ୍ତି।

ତେବେ ଜରୁରୀକାଳୀନ ସେବା ପ୍ରଦାନକାରୀ ବିମାନ ଓ କାର୍ଗୋ ବିମାନ ପାଇଁ ଏହି ନିଷେଧାଜ୍ଞା ଲାଗୁ ହେବନାହିଁ। ରବିବାର ଠାରୁ ଦେଶରେ ଟ୍ରେନ୍‌, ମେଟ୍ରୋ ଓ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ କରାଯାଇଥିଲା।

Comments are closed.