Odisha Link
Bridging the Missing Links in Odisha

ଗୁରୁଦ୍ବାରରେ ଆତଙ୍କବାଦୀ ଆକ୍ରମଣ, ୨୫ ଶିଖ୍‌ଙ୍କୁ ହତ୍ୟା

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ ଇସ୍‌ଲାମିକ୍‌ ଷ୍ଟେଟ୍‌ (IS) ଆତଙ୍କବାଦୀମାନେ ପୁଣି ନିଜର ଘୃଣ୍ୟ ଚେହେରା ଦେଖାଇଛନ୍ତି। ଆଫଗାନିସ୍ଥାନର ଏକ ୪୦୦ ବର୍ଷ ପୁରୁଣା ଗୁରୁଦ୍ବାର ଭିତରେ ପଶି ୨୫ ଜଣ ନିରୀହ ଶିଖଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ।

ବୁଧବାର ଦିନ ହୋଇଥିବା ଏହି ଆକ୍ରମଣ ପଛରେ ଆଇଏସ୍‌ ରହିଛି ବୋଲି ନିଜେ ଏହି ସଂଗଠନ ଦାବି କରିଛି। ଆଫ୍‌ଘାନିସ୍ଥାନର କାବୁଲରେ ଏକଦା ବହୁ ସଂଖ୍ୟାରେ ହିନ୍ଦୁ ଓ ଶିଖ୍‌ ରହୁଥିବା ବେଳେ ତାଲିବାନ ଶାସନ ସମୟରେ ସେମାନଙ୍କ ସଂଖ୍ୟା କମିଥିଲା। ବର୍ତ୍ତମାନ ଥିବା ମାତ୍ର ତିନୋଟି ହିନ୍ଦୁ/ଶିଖ୍‌ ଧର୍ମୀୟ ସ୍ଥଳ ମଧ୍ୟରୁ କର୍ତ୍ତେ ପରଓ୍ବା ଗୁରୁଦ୍ବାର ଅନ୍ୟତମ। ୪୦୦ ବର୍ଷରୁ ଅଧିକ ପୁରୁଣା ଏହି ଗୁରୁଦ୍ବାରରେ ଥିବା ୪୦ ଶିଖ୍‌ ପରିବାର ଓ ସହରର ହିନ୍ଦୁ ସଂପ୍ରଦାୟ ଏହି ଆକ୍ରମଣ ପରେ ଭୟଭୀତ ଅଛନ୍ତି।

କରୋନା ଭୂତାଣୁ ସଂକ୍ରମଣ କାରଣୁ କାବୁଲରେ ଏବେ ଆଂଶିକ ଲକ୍‌ଡାଉନ୍‌ ଜାରି ରହିଛି। ଆଫଗାନିସ୍ଥାନରେ ଏଯାଏଁ ୯୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.