Odisha Link
Bridging the Missing Links in Odisha

ଲକଡାଉନ: ଅଧା ବାଟରେ ରହିଲା ବରଯାତ୍ରୀ, ବର ସହ…

ମିରଟ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକଡାଉନ। ଏହି ସମୟରେ ରାସ୍ତାକୁ ନବାହାରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହେଲେ ମୁଖ୍ୟତଃ ଦେଶରେ ଏହି ସମୟ ବିବହା ଋତୁ ହୋଇଥାଏ। ଏହି ଲକଡାଉନ ସମୟରେ ଯାହାର ବିବାହ ପଡ଼ିଛି ସେମୋ ସବୁଠୁ ଅଧିକ ହଇରାଣ ହୋଇଛନ୍ତି। କିଛି ଲୋକ ଲକଡାଉନକୁ ନଜରରେ ରଖି ବିବାହ କାର୍ଯ୍ୟକୁ ଘୁଞ୍ଚାଇ ଦେଇଛନ୍ତି। ହେଲେ ଆଉ କେତକ ଲୋକ ଏହି ସମୟରେ ବରଯାତ୍ରୀ ନେଇ ବାହା ହେବାକୁ ଯାଉଛନ୍ତି। ସାରା ଦେଶରେ ଲକଡାଉନ ପରିସ୍ଥିତି ଥିବାରୁ ପୋଲିସ୍‌ ମାନେ ବରଯାତ୍ରୀଙ୍କୁ ଆଗକୁ ଛାଡ଼ୁନାହାନ୍ତି।

ଏଭଳି ଖବର ଆସିଛି ଉତ୍ତରପ୍ରଦେଶର ମିରଟ ଅଞ୍ଚଳରୁ। ମିରଟର ଗଢ଼ମୁକ୍ତେଶ୍ବର ରୁ ସାମଲୀ ପର୍ଯ୍ୟନ୍ତ ଯାଉଥିବା ଏକ ବରଯାତ୍ରୀକୁ ପୋଲିସ୍‌ ରାସ୍ତାରେ ଅଟକ ରଖିଥିଲା। ବହୁ ବିଚାର ବିମର୍ଶ ପରେ ପୋଲିସ୍‌ ବର, ବରର ପିତା ଓ ବରର ଭଉଣୀକୁ ଆଗକୁ ଯିବାକୁ ଛାଡ଼ିଥିଲା। ଆଉ ବାକି ୨୫ଜଣ ବରଯାତ୍ରୀଙ୍କୁ ଫେରାଇ ଦେଇଥିଲା ପୋଲିସ୍।

ଏସପି ଅଖିଳେଶ ନାରାୟଣ ସିଂହ କହିଛନ୍ତି ଯେ, ବରାଯାତ୍ରୀଙ୍କୁ ବୁଝାଇ ତାଙ୍କୁ ଫେରାଇ ଦିଆ ଯାଇଥିଲା।

Comments are closed.