Odisha Link
Bridging the Missing Links in Odisha

କରୋନା ସହାୟତା: ଗୁପ୍ତଦାନ କଲେ ବିରୁଷ୍କା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ପର୍ଯ୍ୟନ୍ତ ସହଯୋଗର ହାତ ବଢ଼ାଇଛନ୍ତି। ମହାମାରୀର ମୁକାବିଲା ପାଇଁ ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏଭଳି ସମୟରେ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଧର୍ମପତ୍ନୀ ତଥା ବଲିଉଡ ହିରୋଇନ୍‌ ଅନୁଷ୍କା ଶର୍ମା। ହେଲେ କେତେ ଟଙ୍କା ଆର୍ଥିକ ଦାନ କରିଛନ୍ତି ସେ ନେଇ ଗୁପ୍ତ ରଖିଛନ୍ତି ବିରୁଷ୍କା।

ବିରାଟ କୋହଲି ଟୁଇଟ କରି କହିଛନ୍ତି ଯେ, ଅନୁଷ୍କା ଓ ମୁଁ ପିଏମ୍‌ କେୟାର ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ସହଯୋଗ କରିଛୁ। ଏତେ ଲୋକଙ୍କ ଦୁଃଖ ଦେଖି ଆମକୁ କଷ୍ଟ ହେଉଛି। ଆମେ ଆଶା କରୁଛୁକି ଆମେ କରିଥିବ ଦାନ ପିଡ଼ିତ ନାଗରିକଙ୍କ ଦୁଃଖ କମ୍‌ କରିବାରେ ସହାୟକ ହେବ।

ସେହିପରି ଅନୁଷ୍କା ଟୁଇଟ କରି କହିଛନ୍ତି ଯେ, ‘ ବିରାଟ ଓ ମୁଁ ପିଏମ୍‌ କେୟାର ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ସହଯୋଗ କରିଛୁ। ଏତେ ଲୋକଙ୍କ ଦୁଃଖ ଦେଖି ଆମକୁ କଷ୍ଟ ହେଉଛି। ଆମେ ଆଶା କରୁଛୁକି ଆମେ କରିଥିବ ଦାନ ପିଡ଼ିତ ନାଗରିକଙ୍କ ଦୁଃଖ କମ୍‌ କରିବାରେ ସହାୟକ ହେବ।’

Comments are closed.