Odisha Link
Bridging the Missing Links in Odisha

ତେଲେଙ୍ଗାନା ଏପ୍ରିଲ ୭ ସୁଦ୍ଧା କରୋନା ମୁକ୍ତ ହେବ: କେସିଆର୍

ହାଇଦ୍ରାବାଦ: ମହାମାରୀ କରୋନ ଭାଇରସ୍‌ର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକଡାଉନ ହୋଇଛି। କରୋନାର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ବଡ଼ ବୟାନ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସେ କହିଛନ୍ତି ଯେ, ୨୦୨୦ ଏପ୍ରିଲ୍ ୭ ତାରିଖ ସୁଦ୍ଧା ତେଲେଙ୍ଗାନା ରାଜ୍ୟ କରୋନାଭାଇରସ୍ କୋଭିଡ୍-୧୯ ମୁକ୍ତ ହୋଇଯିବ।

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେସିଆର୍ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୭୦ଜଣ କରୋନାଭାଇରସ୍ ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇଯାଇଛନ୍ତି। ସେମାନଙ୍କୁ ସୋମବାର ଦିନ ଡାକ୍ତରଖାନାରୁ ବିଦା କରି ଦିଆଯିବ। ବାକି ସଂକ୍ରମିତଙ୍କର ଚିକିତ୍ସା ଚାଲିଛି। ଅନ୍ୟ ଦେଶରୁ ଆସିଥିବା ୨୫, ୯୩୭ଜଣ ଲୋକଙ୍କ ଉପରେ ସରକାର ଦୃଷ୍ଟି ରଖିଛନ୍ତି। ଏପ୍ରିଲ୍ ୭ ତାରିଖ ଦିନ ସମ୍ପୃ୍କ୍ତ ବ୍ୟକ୍ତିମାନଙ୍କର କ୍ୱାରେଣ୍ଟିନ୍ ସମୟ ଶେଷ ହୋଇଯିବ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଘୋଷିତ ୨୧ଦିନିଆ ଦେଶବ୍ୟାପୀ ଲକଡାଉନ ସମୟରେ ଆତ୍ମ-ନିୟନ୍ତ୍ରଣ ହିଁ ସବୁଠୁ ବଡ଼ କଥା। ଏବେ ଠାରୁ ଯଦି ଆଉ ନୂଆ ଆକ୍ରାନ୍ତଙ୍କ ରିପୋର୍ଟ ନ ଆସେ, ଏପ୍ରିଲ୍ ୭ ତାରିଖ ପରେ ରାଜ୍ୟରେ ଆଉ କୌଣସି କରୋନାଭାଇରସ୍ ରୋଗୀ ରହିବେ ନାହିଁ ବୋଲି ସେ କହିଛନ୍ତି।

Comments are closed.