Odisha Link
Bridging the Missing Links in Odisha

କରୋନା ସଂକ୍ରମଣକୁ ନେଇ ଆସିଲା କାନାଡା ସିନେମା ‘କରୋନା’

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ବକୁ ଭୟଭୀତ କରି ରଖିଥିବା ବେଳେ ଏ ପ୍ରସଙ୍ଗକୁ ନେଇ ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି କାନାଡାର ସିନେନିର୍ମାତା ମୋସ୍ତାଫା କେଶଓ୍ବାରି। ସିନେମାଟିର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଏବେ ଏହାକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛନ୍ତି ମୋସ୍ତାଫା।

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, କରୋନା ବିଶ୍ବବ୍ୟାପୀ ମହାମାରୀ ପାଲଟିବା ଆଗରୁ ଏ ସିନେମାଟିର ପରିକଳ୍ପନା କରିଥିଲା ମୋସ୍ତାଫା। ୨୦୨୦ ଫେବ୍ରୁଆରୀ ମାସରେ ଭାଙ୍କୋଭରରେ ଏହାର ଶୁଟିଂ ହୋଇଥିଲା। ଗୋଟିଏ ଲିଫ୍ଟ ଭିତରେ ୭ ଜଣ ବ୍ୟକ୍ତି ଫସି ରହିଥିବା ବେଳେ ସେମାନଙ୍କ ଭିତରେ ଜଣେ ଚୀନା ବ୍ୟକ୍ତି ମଧ୍ୟ ଅଛନ୍ତି। ତାଙ୍କ ଠାରୁ କରୋନା ବ୍ୟାପିବା ଆଶଂକାରୁ ସିନେମାର କାହାଣୀ ଗତିଶୀଳ ହେଉଛି। ମୋସ୍ତାଫାଙ୍କ ସିନେମା ‘କରୋନା’ ଲିଫ୍ଟ ଭିତରେ ହିଁ ଶୁଟିଂ ହୋଇଛି।

ଏକ ଲିଫ୍ଟ ଭିତରେ ଖବରକାଗଜ ପଢ଼ୁଥିବା ବେଳେ ଏ ସିନେମାର କାହାଣୀ ତାଙ୍କ ମୁଣ୍ଡକୁ ଜୁଟିଲା ବୋଲି ମୋସ୍ତାଫା ଗଣମାଧ୍ୟମକୁ କହିଛନ୍ତି। ଖବରକାଗଜରେ ଏକ ଖବର ଥିଲା ଯେଉଁଠି କରୋନା ସନ୍ଦେହରେ ଜଣେ ଚୀନ ପର୍ଯ୍ୟଟକଙ୍କୁ ଲୋକେ ମାଡ଼ ମାରୁଛନ୍ତି।

ସିନେମା ନିର୍ମାଣ କଲାବେଳେ ମୋସ୍ତାଫା କେବ ବି ଭାବିନଥିଲେ କରୋନା ଭୂତାଣୁ ଏଭଳି ଭାବରେ ଦିନେ ସାରା ବିଶ୍ବକୁ ମହାମାରୀ ହୋଇ ବ୍ୟାପିଯିବ। ଏବେ କରୋନା ବିଶ୍ବବ୍ୟାପୀ ହେବା ପରେ ଏବେ ତାଙ୍କ ସିନେମାଟି ଅଧିକ ମୂଲ୍ୟରେ ବିକ୍ରି ହେବ ବୋଲି ସେ ଆଶା ରଖିଛନ୍ତି।

କାନାଡ଼ାର ଏଯାଏଁ ୭୪୭୪ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୯୨ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.