Odisha Link
Bridging the Missing Links in Odisha

ଭୁବନେଶ୍ବରରେ ନକଲି ସାନିଟାଇଜର୍‌ କାରଖାନା

ଭୁବନେଶ୍ବର: ସାରା ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାୁନ୍‌ ସମୟରେ ହାଣ୍ଡଓ୍ବାସ୍‌ ଓ ସାନିଟାଇଜର୍‌ର ଅଭାବ ଦେଖାଦେଇଛି। ଏଭଳି ସମୟର ଫାଇଦା ନେବାକୁ ଯାଇ ସ୍ଥାନୀୟ ଝାରପଡ଼ାରେ ଏକ ନକଲି ସାନିଟାଇଜର୍‌ ଓ ହାଣ୍ଡଓ୍ବାସ ତିଆରି କାରଖାନା ଠାବ ହୋଇଛି।

ଡ୍ରଗ୍‌ ଇନସ୍ପେକ୍ଟର ଏ ବାବଦରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ କାରଖାନା ଉପରେ ଚଢ଼ାଉ କରିଥିଲେ। ବିପୁଳ ପରିମାଣର ନକଲି ସାନିଟାଇଜର ଓ ଏଥିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ବେଳେ କାରଖାନାର କେତେକ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ହାଉସ୍‌ କିପିଂ ପ୍ରଡକ୍ଟ ପ୍ରସ୍ତୁତ କରୁଥିବା ଝାରପଡ଼ା ମେହେର ସାହିର ଏସ୍ଏସ୍‌ ଇଣ୍ଡଷ୍ଟ୍ରି ନାମକ ଏହି କାରଖାନା ସିଲ୍‌ ହୋଇଥିବା ବେଳେ ଏହାର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Comments are closed.