Odisha Link
Bridging the Missing Links in Odisha

CMRF ଓ PM CARESକୁ ୨ କୋଟି ୪ ଲକ୍ଷ ଟଙ୍କା ଦେଲେ ସସ୍ମିତ ପାତ୍ର

ଭୁବନେଶ୍ବର: ସାରା ଦେଶକୁ କରୋନା ସଂକ୍ରମଣର ଭୟ ବ୍ୟାପିଥିବା ବେଳେ ଏହାର ମୁକାବିଲା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରଚୁର ଅର୍ଥ ଆବଶ୍ୟକତା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି(CMRF) ଅଧିନରେ ସ୍ବତନ୍ତ୍ର କୋଭିଡ୍‌-୧୯ ପାଣ୍ଠି ଗଠନ ହୋଇଥିବା ବେଳେ କେନ୍ଦ୍ର ପ୍ରଧାନମନ୍ତ୍ରୀ ପିଏଭ୍‌ କେୟାର୍ସ ପାଣ୍ଠି ପ୍ରସ୍ତୁତ କରିଛନ୍ତି।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(CMRF) ଓ କେନ୍ଦ୍ରରେ PM CARESକୁ ମୋଟ ୨ କୋଟି ୪ ଲକ୍ଷ ଟଙ୍କା ପ୍ରଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ଓଡ଼ିଶାର ଯୁବ ସାଂସଦ ସସ୍ମିତ ପାତ୍ର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ବୁଦ୍ଧ ହୋଇ ମାର୍ଚ୍ଚ ୨୫ ତାରିଖରେ ଶ୍ରୀ ପାତ୍ର CMRFକୁ ନିଜର ତିନିମାସର ଦରମା ୩ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ କରୋନା ମୁକାବିଲା ପାଇଁ ନିଜ ସାଂସଦ ଆଞ୍ଚଳିକ ଉନ୍ନୟନ (MPLAD) ପାଣ୍ଠିରୁ ଏକ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

ଅନୁରୂପ ଭାବେ ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ସମ୍ମାନ ଦେଇ ମାର୍ଚ୍ଚ ୩୦ ତାରିଖ ଦିନ ଶ୍ରୀ ପାତ୍ର PM CARESକୁ ନିଜର ଗୋଟିଏ ମାସର ଦରମା ୧ ଲକ୍ଷ ଟଙ୍କା ଦାନ କରିଥିବା ବେଳେ MPLAD ପାଣ୍ଠିରୁ ମଧ୍ୟ ଏକ କୋଟି ଟଙ୍କା ଦେଇଛନ୍ତି।

Comments are closed.