Odisha Link
Bridging the Missing Links in Odisha

୧ ନମ୍ବର ହାଟ ପରେ ସ୍ଥାନାନ୍ତର ହେବ ୟୁନିଟ୍-୪ ମାଛ ମାର୍କେଟ୍

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସାରା ଦେଶର ଲକ୍‌ଡାଉନ୍‌। ଆବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଛି। ହେଲେ ଏହି ସବୁ ଦୋକାନରେ ପ୍ରବଳ ଭିଡ଼ ଜମୁଥିବାର ଦେଖିବାକୁ ମିଳୁଛି।

ହେଉଥିବା ଭିଡ଼କୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱରସ୍ଥିତ ୟୁନିଟ୍-୪ ମାଛ ମାର୍କେଟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ। ସେଠାରେ ଆଉ ମାଛ ବ୍ୟବସାୟୀ ବସିବେ ନାହିଁ। ୟୁନିଟ୍-୪ ମାଛ ମାର୍କେଟରେ ବସୁଥିବା ୧୫୦ ମାଛ ବ୍ୟବସାୟୀ କାଲିଠାରୁ ଶାସ୍ତ୍ରୀ ନଗରର ରେଡକ୍ରସ ଭବନ ପଟେଲ ମାର୍ଗରେ ବସିବେ। ବିଏମ୍‌ସି ଜୋନାଲ ଡେପୁଟି କମିଶନର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୟୁନିଟ୍-୪ ମାର୍କେଟରେ ଥିବା ଚିକେନ୍ ଓ ମଟନ ଦୋକାନ ପୂର୍ବପରି ଚାଲିବ। ଖାଲି ମାଛ ଦୋକାନୀମାନଙ୍କୁ ସ୍ଥାନାନ୍ତର କରାଯିବ।

ସୂଚନାଥାଉକି, ମାର୍ଚ୍ଚ ୨୬ ତାରିଖରୁ ୧ ନମ୍ବର ହାଟ ମଧ୍ୟ ସ୍ଥାନାନ୍ତରିତ ହୋଇଛି। ପ୍ରଥମେ ରାଜମହଲକୁ ସ୍ଥାନାନ୍ତରିତ ହୋଇଥିଲା ପରେ ଏହା ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତରିତ ହୋଇଛି।

Comments are closed.