Odisha Link
Bridging the Missing Links in Odisha

କରୋନା ସହାୟତା: ୮୦ ଲକ୍ଷ ଟଙ୍କା ଦେଲେ ରୋହିତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ପର୍ଯ୍ୟନ୍ତ ସହଯୋଗର ହାତ ବଢ଼ାଇଛନ୍ତି। ମହାମାରୀର ମୁକାବିଲା ପାଇଁ ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି। କ୍ରିକେଟ ଜଗତର ହିଟ ମ୍ୟାନ ଭାବେ ବେଶ ଜଣାଶୁଣା ଟିମ୍‌ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମା ମଧ୍ୟ କରୋନା ମୁକାବିଲା ପାଇଁ ସହୟତାର ହାତ ବଢ଼ାଇଛନ୍ତି।

ମଙ୍ଗଳବାର ରୋହିତ ଟ୍ୱିଟ୍ କରି କହିଛନ୍ତି, ଆମ ଦେଶକୁ ପୁଣି ଥରେ ଆଗଭଳି ଛିଡା କରିବାର ଆବଶ୍ୟକତା ରହିଛି, ଯାହା ଆମର ଦାୟିତ୍ୱ। କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୪୫ ଲକ୍ଷ ଟଙ୍କା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା, ଫିଡିଙ୍ଗ ଇଣ୍ଡିଆକୁ ୫ ଲକ୍ଷ ଏବଂ ୱେଲଫେୟାର ଅଫ୍ ସ୍ଟ୍ରେ ଡଗ୍ସକୁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି ରୋହିତ। କରୋନା ମୁକାବିଲା ପାଇଁ ଏହି ସବୁ ପାଣ୍ଠିକୁ ମୋଟ୍ ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି ରୋହିତ ଶର୍ମା ।

Comments are closed.