Odisha Link
Bridging the Missing Links in Odisha

ଓଡ଼ିଶାରେ ୪ର୍ଥ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ୪ର୍ଥ ପଜିଟିଭ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟରେ ସୂଚନା ଦେଲା। ପଜିଟିଭ ବ୍ୟକ୍ତିଙ୍କ ବୟସ ୨୯ ବର୍ଷ। ଏବଂ ଭଦ୍ରକ ଅଞ୍ଚଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

ଏଥିସହିତ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ୪ର୍ଥ ବ୍ୟକ୍ତି ନିକଟ ଅତିତରେ ଦୁବାଇରୁ ଫେରିଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହୋଇଥିଲେ। ପରେ ୧୯ ତାରିଖରେ ଦ୍ୱିତୀୟ ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ମାର୍ଚ୍ଚ ୨୬ ତାରିଖରେ ୩ୟ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

Comments are closed.