Odisha Link
Bridging the Missing Links in Odisha

କରୋନା ମୁକାବିଲା: ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଗୁଜୁରାଟରେ ଅନେକ ଓଡ଼ିଆ ଶ୍ରମିକମାନେ ଫସି ରହିଥିବା ପରିପ୍ରେକ୍ଷୀରେକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଟେଲିଫୋନ ଯୋଗେ କଥାହୋଇଛନ୍ତି।

ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ,ଗୁଜୁରାଟର ସୁରତ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଓଡ଼ିଆ ଶ୍ରମିକମାନେ ଥିବା ଓ ଲକ୍ ଡାଉନ୍ ସମୟରେ ଅନେକ ସମସ୍ୟାର ସାମ୍ନା କରୁଥିବା ସମ୍ପର୍କରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଅବଗତ କଲି ।ଶ୍ରୀଯୁକ୍ତ ରୂପାନୀ ଏହି ପ୍ରବାସୀ ଶ୍ରମିକ ମାନଙ୍କର ରହିବା, ଖାଇବା, ସାମାଜିକ ଦୂରତ୍ୱ ସହ ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ନେଇ ରାଜ୍ୟର ପ୍ରଶାସନକୁ ନିର୍ଦ୍ଦେଶ ସମ୍ପର୍କରେ ସୂଚନା ଦେଇଥିବା ସେ ଉଲ୍ଲେଖ କରିଛନ୍ତି।

ସେହିପରି ଗୁଜୁରାଟରେ ଥିବା ଓଡ଼ିଆ ଶ୍ରମିକ ମାମଲାରେ ଗୁଜୁରାଟ ସରକାରଙ୍କ ସହ ଓଡ଼ିଶା ସରକାର ଯୋଗସୂତ୍ର ରକ୍ଷା କରିଥିବା ସୂଚନା ଦେବା ସହ ଓଡ଼ିଆ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

Comments are closed.