Odisha Link
Bridging the Missing Links in Odisha

କରୋନା ଭୟ: ୪୧ ହଜାର ତାବ୍ଲିଘି ଜମାତୀଙ୍କୁ ଖୋଜୁଛି ପାକିସ୍ତାନ

ଓଏଲ୍‌ ବ୍ୟୁରୋ: ଭାରତରେ ନିଜାମୁଦ୍ଦିନ୍‌ ଦରଘାରେ ତାବ୍ଲିଘି ଜମାତ ଯୋଗୁଁ କରୋନ୍ୟା ବ୍ୟାପିଥିବା ବେଳେ ପାକିସ୍ତାନରେ ମଧ୍ୟ ଏହି ଉତ୍ସବକୁ ନେଇ ଭୟ ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୪୧ ହଜାରରୁ ଅଧିକ ତାବ୍ଲିଘି ଜମାତୀଙ୍କ ସନ୍ଧାନ ପାଇଁ ପାକିସ୍ତାନ ସରକାର ଉଦ୍ୟମ କରୁଛନ୍ତି।

ପାକିସ୍ତାନର ପ୍ରସିଦ୍ଧ ଖବର ପ୍ରସାରଣ ସଂସ୍ଥା ଜିଓ ଟିଭି ଅନ୍‌ଲାଇନ୍‌ ପୋର୍ଟାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ଭଳି ଲାହୋରର ରାଇଓ୍ବଣ୍ଡି ଅଞ୍ଚଳରେ ନିକଟରେ ତାବ୍ଲିଘି ଜମାତ୍‌ ସଂପ୍ରଦାୟର ବାର୍ଷିକ ୫ ଦିନିଆ ମର୍କାଜ୍‌ ସମାରୋହ ଅନୁଷ୍ଠିତ ହୋଇଥିଲା। କେବଳ ଲେହୋର ସହରରେ ମିଳିଥିବା କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ୪୧ ଜଣ ଏହି ମର୍କାଜରେ ଯୋଗ ଦେବା ପରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ସିନ୍ଧି ପ୍ରଦେଶରେ ୨୨୧ ଜମାତୀ ଠାବ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୨ ଜଣ କୋଭିଡ୍‌ ପଜିଟିଭ୍‌ ବାହାରିଛନ୍ତି। ଇସଲାମାବାଦ ସହରରେ ୧୭ ଜଣ ଜମାତୀ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିବା ବେଳେ ଏମାନଙ୍କ ମଧ୍ୟରେ ୬ ଜଣ କିରଗିଜସ୍ଥାନର ଓ ୨ ଜଣ ପାଲେଷ୍ଟାଇନ ବାସିନ୍ଦା ଥିବା ଜଣାପଡ଼ିଛି। ପାକିସ୍ତାନର ୬୦ଟି ସହରରେ ୧୦,୦୦୦ରୁ ଅଧିକ ଲୋକ ଏହି ମର୍କାଜ କାରଣରୁ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି।

ଲୋହୋରର ଏହି ସମାରୋହରେ ପାକିସ୍ତାନରୁ ପ୍ରାୟ ୪୧,୦୦୦ ଲୋକ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟ ୨୬ ଦେଶରୁ ୪,୫୦୦ ବ୍ୟକ୍ତି ଯୋଗ ଦେଇଥିଲେ। ବିଦେଶୀଙ୍କ ମଧ୍ୟରୁ ୭୦% ବ୍ୟକ୍ତି ନିଜ ଦେଶକୁ ଫେରି ଯାଇଛନ୍ତି। ୪୫୩ ବିଦେଶୀଙ୍କୁ ଏକାନ୍ତବାସରେ ରଖାଯାଇଛି। ବିଦେଶୀଙ୍କ ମଧ୍ୟରେ ଚୀନ ପ୍ରତିନିଧି ମଧ୍ୟ ଭାଗ ନେଇଥିବା ଜଣାପଡ଼ିଛି। ପଂଜାବ ପ୍ରଦେଶରେ ସର୍ବାଧିକ ୮୦୦୦ ଜମାତୀଙ୍କୁ ଠାବ କରାଯାଇ ଏକାନ୍ତବାସରେ ରଖାଯାଇଛି।

Comments are closed.