Odisha Link
Bridging the Missing Links in Odisha

କରୋନା ମୁକାବିଲା: ବର୍ଷକ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସାଂସଦ ଦେବେ ୩୦% ଦରମା

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରେ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦମାନେ ଦରମାର ୩୦% କରୋନା ମୁକାବିଲା ପାଇଁ ଦେବେ।

କରୋନା ଲଢ଼େଇରେ ପ୍ରଭାବିତ ହେବାକୁ ଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପ୍ରମୁଖ ବ୍ୟକ୍ତିମାନେ ନିଜଆଡ଼ୁ ଏପରି ପ୍ରସ୍ତାବ ଦେଇଥିଲେ। ସେମାନେ ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଥିଲେ। ରାଜ୍ୟପାଳ ମାନେ ମଧ୍ୟ ସମାନ ଭାବେ ୩୦%  ଦରମା ଦେବେ।

ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍‌ ‘ସାଲାରି, ଆଲଉନ୍ସେସ୍‌ ଆଣ୍ଡ ପେନସନ୍‌ ଅଫ୍‌ ମେମ୍ବରସ୍‌ ଅଫ୍‌ ପାର୍ଲିଆମେଣ୍ଟ ଆକ୍ଟ ୧୯୫୪’ରେ ପରିବର୍ତ୍ତନ ଆଣି ଏକ ବିଧେୟକ ପାରିତ କରିଛି। ଏହାଫଳରେ ଦରମା ଏବଂ ଭତ୍ତା ଚଳିତ ଏପ୍ରିଲ ୧ ତାରିଖରୁ ୧ ବର୍ଷ ଯାଏ ଲାଗୁ ହେବ। ଏତଦ୍‌ବ୍ୟତୀତ ସମସ୍ତ ସାଂସଦଙ୍କ ପାଣ୍ଠି ମଧ୍ୟ ଆସନ୍ତା ୨ ବର୍ଷ ଯାଏ ସ୍ଥଗିତ ରହିବ। ଏ ବାବଦକୁ ୭୯୦୦ କୋଟି ମିଳିବ। କରୋନା ମୁକାବିଲାରେ କନ୍‌ସୋଲିଡେଟେଡ୍‌ ଫଣ୍ଡ ଜରିଆରେ ଏହି ସମସ୍ତ ଅର୍ଥ ଖର୍ଚ୍ଚ ହେବ।

Comments are closed.