Odisha Link
Bridging the Missing Links in Odisha

କରୋନା ମୁକାବିଲା: ୩୪ ଲକ୍ଷ ୨୦ ହଜାର ଟଙ୍କା ଦେଲେ ରାଜ୍ୟପାଳ

ଭୁବନେଶ୍ବର: ମହାମାରୀ କୋଭିଡ-୧୯ ବା କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସହାୟତାର ହାତ ବଢ଼ାଇଛନ୍ତି। ସେ ଆଜି ଉଭୟ ପିଏମ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି। ଆଜି ରାଜ୍ୟପାଳ ମୋଟ୍ ୩୪ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିବାବେଳେ ପିଏମ୍ କେୟାର୍ସ ଫଣ୍ଡକୁ ୧୩ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ମାର୍ଚ୍ଚ, ୨୦୨୦ରୁ ଫେବୃୟାରୀ, ୨୦୨୧ ମଧ୍ୟରେ ପାଇବାକୁ ଥିବା ନିଜ ଦରମାର ୩୦ ପ୍ରତିଶତ ସେ ଦାନ କରିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଲଢେଇ ପାଇଁ ଦାନ କରିବାକୁ ନିବେଦନ କରିଥିଲେ। ଆଜି ହୋଇଥିବା କ୍ୟାବିନେଟ ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦମାନେ ମଧ୍ୟ ଦରମାର ୩୦% ନେବେ।

Comments are closed.