କରୋନା: ଆଳିର ୧୧ଟି ଗାଁ ସିଲ୍

ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ କେନ୍ଦ୍ରାପଡାର ଆଳି ଅଞ୍ଚଳର ବୋଲି ସୂଚନା ରହିଛି। ଏହାକୁ ନେଇ କେନ୍ଦ୍ରପଡ଼ା ଜିଲ୍ଲା ପ୍ରଶାସନ ଆଳି ଅଞ୍ଚଳରେ ୧୧ଟି ଗାଁକୁ ସିଲ୍ କରିଛି ପ୍ରଶାସନ। କରୋନା ଆକ୍ରାନ୍ତଙ୍କୁ କଟକ ଅଶ୍ଵିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।
କରୋନା ଆକ୍ରାନ୍ତଙ୍କ ଗ୍ରାମର ୩ କିଲୋମିଟର ପରିଧି ଭିତରେ ଆସୁଥିବା ସମସ୍ତ ଗାଁକୁ ସିଲ୍ କରାଯାଇଛି। ଏହାସହ ତାଙ୍କ ପରିବାର ସଦସ୍ୟଙ୍କୁ ହୋମ କ୍ଵାରେଣ୍ଟାଇନରେ ରହିବାକୁ କୁହାଯାଇଛି। ଏହାସହ କରୋନା ଆକ୍ରାନ୍ତଙ୍କ ପରିବାରର ସମସ୍ତଙ୍କ ସ୍ଵାବ ନମୁନା କରୋନା ପରୀକ୍ଷା ପାଇଁ ନିଆଯାଇଛି।
“କରୋନା ଆକ୍ରାନ୍ତଙ୍କ ଗ୍ରାମରେ ଘରକୁ ଘର ବୁଲି ଲୋକମାନଙ୍କର ସ୍ଵାସ୍ଥ୍ୟ ସମସ୍ୟା ବିଷୟରେ ପଚରାଯିବ। ଗାଁ ଭିତରକୁ କୌଣସି ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଆକ୍ରାନ୍ତ ବ୍ୟକ୍ତି ହୋମ କ୍ଵାରେଣ୍ଟାଇନରେ ରହିଥିଲେ। ଏଥିପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ।” କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲପାଳ ସମର୍ଥ ବର୍ମା।