ସାଇବର୍ ଠକେଇ: ବରିଷ୍ଠ ପୁଲିସ ଅଧିକାରୀଙ୍କ ଆକାଉଣ୍ଟ୍ ହାକ୍

ଭୁବନେଶ୍ବର: ଦ୍ବେତନଗର କମିଶନର ପୁଲିସରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି। ତାଙ୍କ ଆକାଉଣ୍ଟ୍ ବ୍ୟବହାର କରି ସାଙ୍ଗସାଥୀଙ୍କୁ ଟଙ୍କା ମଗାଯାଉଛି। ଟଙ୍କା ଦେବାକୁ ରାଜି ହେଉଥିବା ବନ୍ଧୁଙ୍କୁ ଗୁଗୁଲ ପେ’ ପାଇଁ ଏକ ଫୋନ୍ ନମ୍ବର ବି ପଠାଯାଉଛି। ଏଭଳି ଘଟଣା ଘଟିଛି ସହକାରୀ ପୁଲିସ ଆୟୁକ୍ତ (ଏସିପି) ରବି ଶତପଥୀଙ୍କ ସହ।
ବର୍ତ୍ତମାନ କମିଶନରେଟ୍ ପୁଲିସର ଉପଖଣ୍ଡ-୪ (ଲକ୍ଷ୍ମୀସାଗର ଅଞ୍ଚଳ)ର ଏସିପି ଥିବା ଶ୍ରୀ ଶତପଥୀ ଜଣେ ଦକ୍ଷ ଓ ମେଳାପୀ ପୁଲିସ ଅଧିକାରୀ ଭାବେ ଜଣାଶୁଣା। ତାଙ୍କର ଫେସବୁକରେ ଆକାଉଣ୍ଟ ଥିଲେ ମଧ୍ୟ ସେ ମେସେଞ୍ଜର ବ୍ୟବହାର କରନ୍ତିନାହିଁ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କ ଫେସବୁକ ଆକାଉଣ୍ଟକୁ କେହି ହ୍ୟାକ୍ କରି ହିନ୍ଦି ଭାଷାରେ ତାଙ୍କର ଫେସବୁକ୍ ବନ୍ଧୁମାନଙ୍କୁ ଟଙ୍କା ମାଗୁଥିବା ସେ ଜଣାଇଛନ୍ତି। ଏ ନେଇ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏଭଳି ଟଙ୍କା ମାଗୁଥିବା ମେସେଜ୍କୁ ଅଣଦେଖା କରିବାକୁ ଶ୍ରୀ ଶତପଥୀ ନିବେଦନ କରିଛନ୍ତି।
ରବି ଶତପଥୀ ଏ ନେଇ ଫେସବୁକ୍ରେ ସ୍ପଷ୍ଟୀକରଣ ଲେଖିବା ପରେ ତାଙ୍କର ଅନେକ ବନ୍ଧୁ ଏଭଳି ମେସେଜ୍ ପାଇଥିବା ଜଣାଇଛନ୍ତି।