Odisha Link
Bridging the Missing Links in Odisha

କରୋନା: କେନ୍ଦ୍ରାପଡ଼ାରୁ ଆଉ ୧୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ସକାଳେ ୭୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମଧ୍ୟାହ୍ନରେ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇନାହିଁ ବରଂ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଫଳରେ ରାଜ୍ୟରେ ୬୨୪ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା।

ଆଜି ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା ୧୩ନୂଆ ଆକ୍ରାନ୍ତ କେନ୍ଦ୍ରାପଡ଼ାର ମହାକାଳପଡ଼ା, ସଦର ଓ କନିକା ବ୍ଲକର ବୋଲି ଜଣାପଡ଼ିଛି। ହ୍ନଟ ହୋଇଥିବା ଆକ୍ରାନ୍ତ ସୁରତ ଫେରନ୍ତା ଓ ସମସ୍ତେ କ୍ୱାରେଣ୍ଟିନରେ ଥିଲେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପଳ। ଫଳରେ କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ରେ ପହଁଞ୍ଚିଛି। ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୩ ଜଣ ସୁସ୍ଥ ହୋଇଛନ୍ତି। ୪୭୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.