Odisha Link
Bridging the Missing Links in Odisha

ଜୁନ ୩୦ ପର୍ଯ୍ୟନ୍ତ ବାତିଲ ହେଲା ସମସ୍ତ ରେଳ ଟିକେଟ୍

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ସଙ୍କଟ ଜାରି ରହିଥିବାବେଳେ ରେଲୱେ ପକ୍ଷରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଶ୍ରମିକ ସ୍ପେଶାଲ ଟ୍ରେନ ଏବଂ କେତେକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏହାମଧ୍ୟରେ ଭାରତୀୟ ରେଲୱେ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ ଟ୍ରେନ ଟକେଟକୁ ରଦ୍ଦ କରିଦେଇଛି। ଏହି ଟିକେଟ ମୂଲ୍ୟ ଯାତ୍ରୀମାନଙ୍କୁ ଫେରସ୍ତ କରାଯିବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି। ଏଥିସହିତ ଶ୍ରମିକମାନଙ୍କ ପାଇଁ ନୂଆ ଦିଲ୍ଲୀରୁ ପ୍ରମୁଖ ଷ୍ଟେସନ ମଧ୍ୟ ଚାଲୁଥିବା ୧୫ଯୋଡ଼ା ଟ୍ରେନର ପରିଚାଳନା ଜାରି ରହିବ ବୋଲି ସୂଚନା ଦିଆଯାଇଛି।

ଦେଶରେ ଲକଡାଉନ ଲାଗୁ ହୋଇଥିବାରୁ ପ୍ରାୟ ୨ମାସ ଧରି ଟ୍ରେନ ସେବା ବନ୍ଦ ରହିଛି। ଯେଉଁମାନେ ପୂର୍ବରୁ ଟିକେଟ୍‌ ବୁକ୍‌ କରିଥିଲେ ସେମାନଙ୍କ ଟିକେଟକୁ ରଦ୍ଦ କରାଯାଇଛି। ଜୁନ ୩୦ ପର୍ଯ୍ୟନ୍ତ ଟିକେଟ ରଦ୍ଦ କରାଯାଇ ଏ ବାବଦ ଅର୍ଥ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି।

ଏହା ପୂର୍ବରୁ ବୁଧବାର ଦିନ ରେଲୱେର ବିଶେଷ ଟ୍ରେନରେ ମେ ୨୨ରୁ ୱେଟିଂ ଟିକେଟ ଆରମ୍ଭ ହେବା ନେଇ ଘୋଷାଣା କରାଯାଇଛି। କେବଳ ବିଶେଷ ଟ୍ରେନ ନୁହେଁ ବରଂ ଆଗାମୀ ସବୁ ୧୫ ଯୋଡ଼ା ଟ୍ରେନରେ ଯାତ୍ରା କରିବା ପାଇଁ ମେ ୨୨ରୁ ୱେଟିଂ ଲିଷ୍ଟ କରିବାର ବ୍ୟବସ୍ଥା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ବିଶେଷ ଟ୍ରେନରେ କେବଳ କନଫର୍ମ ଟିକେଟ ବୁକ୍ କରାଯାଉଛି। ଏବେ ଏସିରେ ୨୦ଏକ୍ଜିକ୍ୟୁଟିବ୍ କ୍ଲାସରେ ୨୦, ୨ଏସି ରେ ୫୦,୩ଏସି ରେ ୧୦୦ ଏସି ଚେୟର କାରରେ ୧୦୦ ଏବଂ ସ୍ଲିପରରେ ୨୦୦ ପର୍ଯ୍ୟନ୍ତ ୱେଟିଂ ଟିକେଟ କଟାଯାଇପାରିବ।

ପିଟିଆଇ ଅନୁସାରେ, କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଜାରି କରାଯାଇଥିବା ଲକଡାଉନ୍ ପୂର୍ବରୁ ଯାତ୍ରୀମାନଙ୍କ ଦ୍ୱାରା ବୁକ କରାଯାଇଥିବା ୮୪ଲକ୍ଷର ଟିକେଟ୍ ବାତିଲ କରିବା କାରଣରୁ ଭାରତୀୟ ରେଲୱେକୁ ୧,୪୯୦ କୋଟି ଟଙ୍କା କ୍ଷତି ହେବ।

ରେଲୱେର ମୁଖ୍ୟ ଅଧିକାରୀମାନେ ‘ପିଟିଆଇ’କୁ କହିଛନ୍ତି ଯେ, ୨୨ ମାର୍ଚ୍ଚରୁ ୧୪ ଏପ୍ରିଲ ମଧ୍ୟରେ ଯାତ୍ରା କରିବା ପାଇଁ ଯେଉଁ ୫୫ଲକ୍ଷର ଟିକେଟ ତଥା ଯାହାର ମୁଲ୍ୟ ୮୩୦ କୋଟି ଟଙ୍କାକୁ ତାହାକୁ ଫେରାଇ ଦିଆଯିବ । ରେଲୱେ ୨୧ଦିନର ଲକଡାଉନ୍ ଲାଗୁ ହେବାର ତିନିଦିନ ପୂର୍ବରୁ ୨୨ମାର୍ଚ୍ଚରେ ନିଜର ଯାତ୍ରୀବାହୀ ଟ୍ରେନ ସେବାଗୁଡ଼ିକୁ ବଡ଼ ଆକାରରେ ସ୍ଥଗିତ କରିଦିଆଯାଇଥିଲା । ଏହା ବ୍ୟତିତ ଲକଡାଉନକୁ ୧୫ ଏପ୍ରିଲରୁ ୩ମେ ପର୍ଯ୍ୟନ୍ତ ବଢାଇବାର ନିଷ୍ପତ୍ତି ପରେ ବୁକ ହୋଇଥିବା ୩୯ଲକ୍ଷ ଟିକେଟ୍ ପାଇଁ ୬୬୦କୋଟି ଟଙ୍କା ଫେରସ୍ତ କରାଯିବ ।

Comments are closed.