କରୋନା: କଳାହାଣ୍ଡିରୁ ଆଉ ୧୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍ ପୁଣିଥରେ କଳାହାଣ୍ଡି ଜିଲ୍ଲାକୁ ଫେରିଲା। ଆଜି କଳାହାଣ୍ଡିରେ ଆଉ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୦୬୩ରେ ପହଁଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
କଳାହାଣ୍ଡିରୁୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କ୍ବାରାଣ୍ଟିନ୍ ସେଣ୍ଟରରେ ରହିଥିଲେ। ଆଉ ଜଣେ ଆକ୍ରାନ୍ତ କ୍ବାରାଣ୍ଟିନ୍ ସେଣ୍ଟରରେ ଦାୟିତ୍ବରେ ଥିବ। ନେଇ ସ୍ପଷ୍ଟ ହୋଇଛି। କ୍ବାରାଣ୍ଟିନ୍ ସେଣ୍ଟରରେ ଥିବା ୧୦ ଜଣ ଆକ୍ରାନ୍ତ ମହାରାଷ୍ଟ୍ର, ଗୁଜୁରାଟ ଓ ଛତିଶଗଡ଼ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ।
ରାଜ୍ୟରେ ୧୦୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୩ଜଣ ସୁସ୍ଥ ହୋଇଛନ୍ତି ଓ ୬ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ ୭୧୪ ଆକ୍ଟିଭ୍ କେସ୍ ରହିଛି।