Odisha Link
Bridging the Missing Links in Odisha

ବର୍ଷକର ଶିଶୁ କନ୍ୟା କରୋନା ପଜିଟିଭ୍

ଝାରସୁଗୁଡା : ଆଜି ସକାଳୁ ଝାରସୁଗୁଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁ ଥିବାବେଳେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ରହିଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଜିଲାପାଳ ସରୋଜ କୁମାର ସାମଲ। ଝାରସୁଗୁଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୧୯୧ରେ ପହଁଞ୍ଚିଛି।

ଝାରସୁଗୁଡା ଜିଲ୍ଲାର ମଙ୍ଗଳବଜାର ଅଞ୍ଚଳରେ ଜଣେ ୧ ବର୍ଷର ଶିଶୁ କନ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଶିଶୁଙ୍କ ପରିବାର ବାହାର ରାଜ୍ୟରୁ ଫେରି ହୋମ କ୍ଵାରେଣ୍ଟିନରେ ଥିଲେ। ଗତକାଲି ଝାରସୁଗୁଡାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୫ ବର୍ଷୀୟ ଶିଶୁ ଏହି ୧ ବର୍ଷୀୟ ଶିଶୁ କନ୍ୟାର ଭାଇ ବୋଲି ଜଣାପଡିଛି। ସେହିପରି ଆଜି ଚିହ୍ନଟ ହୋଇଥିବା ଅନ୍ୟ ଜଣେ ୪୦ ବର୍ଷୀୟ କରୋନା ଆକ୍ରାନ୍ତ ଜଣକ ମହାରାଷ୍ଟ୍ରରୁ ଫେରିଥିବାବେଳେ ସେ କ୍ଵାରେଣ୍ଟିନ ସେଣ୍ଟରରେ ଥିଲେ ବୋଲି ଜଣାପଡିଛି।

ଦୁଇ ପଜିଟିଭ୍ ଚିହ୍ନଟ ପରେ ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ ବ୍ରଜରାଜ ନଗରର ହିଲଟପ ଅଞ୍ଚଳ ଏବଂ ମଙ୍ଗଳବଜାରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ଝାରସୁଗୁଡା ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୧୯୧ରେ ପହଞ୍ଚିଥିବା ବେଳେ ୪୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୪୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.