Odisha Link
Bridging the Missing Links in Odisha

କରୋନା ଯୋଦ୍ଧାଙ୍କୁ ପ୍ରଶଂସା କଲେ ନବୀନ, କହିଲେ..

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଲୋକଙ୍କ ସେବା କରିବାବେଳେ ଯେଉଁ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ଟେଲିଫୋନ କରିଛନ୍ତି ନବୀନ। ସଂପୃକ୍ତ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିବା ସହ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ।

ନିଜ ଜୀବନକକୁ ପାଣି ଛଡ଼ାଇ ଲୋକଙ୍କ ସେବା କରୁଥିବା ଯୋଦ୍ଧାଙ୍କୁ ନବୀନଙ୍କ ପ୍ରଶଂସା। ସଙ୍କଟ ସମୟରେ ଅସହାୟଙ୍କ ନିକଟରେ ଛିଡ଼ା ହୋଇଥିବା ଲୋକେ ଆଜି କରୋନା ସହ ଜୁଝୁଛନ୍ତି। ଘର ପରିବାର କଥା ଚିନ୍ତା ନକରି ନିଜର ନିସ୍ୱାର୍ଥପର ସେବା ପାଇଁ ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି। ଏପରି ସମୟରେ ନବୀନଙ୍କ ସହ ଫୋନରେ ସିଧାସଳଖ କଥା ହେବାପରେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Comments are closed.