Odisha Link
Bridging the Missing Links in Odisha

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଦେଶଦ୍ରୋହୀ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ଦୁର୍ନୀତିଖୋର ସରକାରୀ କର୍ମଚାରୀମାନେ ହେଉଛନ୍ତି ଦେଶ ବିକାଶର ଅନ୍ତରାୟ। ଏଭଳି ବ୍ୟକ୍ତିଙ୍କୁ ଦେଶଦ୍ରୋହୀ ଘୋଷଣା କରିଦେବା କଥା ବୋଲି କହିଛନ୍ତି ମାଡ୍ରାସ୍‌ ଉଚ୍ଚ ନ୍ୟାୟାଳୟ। ଆଜି ଏକ ମାମଲାର ଶୁଣାଣି ବେଳେ ବିଚାରପତି ଏସ୍‌ଏନ୍‌ ସୁବ୍ରମନିଅନ୍‌ ତାଙ୍କର ଏକ ରାୟରେ ଏଭଳି ମତ ରଖିଛନ୍ତି। ଦୁର୍ନୀତି ଯୋଗୁଁ ଦେଶର ବିକାଶରେ ବାଧା ଉପୁଜୁଛି ଓ ଅନ୍ୟ ନାଗରିକଙ୍କ ଅଧିକାର ଉଲ୍ଲଂଘନ ହେଉଛି ବୋଲି ବିଚାରପତି କହିଛନ୍ତି।

ନିଜର ରାୟରେ ବିଚାରପତି ସୁବ୍ରମନିଅନ୍‌ କହିଛନ୍ତି,

ଆମ ମହାନ ରାଷ୍ଟ୍ରର ବିକାଶ କାର୍ଯ୍ୟ ଯେତେବ ଦୁର୍ନିତି ଯୋଗୁଁ ବାଧାପ୍ରାପ୍ତ ହେଉଛି ବୋଲି ଆମେ ଅନୁଭବ କରୁଛେ, ଏଭଳି କାମ କରୁଥିବା ବ୍ୟକ୍ତିଙ୍କୁ ଆମେ କି ଆଖ୍ୟା ଦେଇପାରିବା! ଏଭଳି ବ୍ୟକ୍ତିମାନେ ନିଶ୍ଚିତ ଭାବରେ ଦେଶଦ୍ରୋହୀ। ଆତଙ୍କବାଦୀମାନଙ୍କୁ ଅସାମାଜିକ (anti-social) ଘୋଷଣା କରାଯାଉଥିବା ବେଳେ ଦୁର୍ନିତିଗ୍ରସ୍ତଙ୍କୁ ଦେଶବିରୋଧୀ (anti-national) ଘୋଷଣା କରାଯିବ ଉଚିତ। ଏହି ଦେଶଦ୍ରୋହୀମାନେ ଆମ ଦେଶର ବିକାଶକୁ ହେୟଜ୍ଞାନ କରନ୍ତି। ସେମାନେ କେବଳ ନିଜର ସ୍ବୟ-ବିକାଶ ପାଇଁ ଆଗ୍ରହୀ।

ବିଚାରପତି ପୁନଶ୍ଚ କହିଛନ୍ତି ଯେ ଧନୀ ହେବାଲାଗି ଇଚ୍ଛା କରିବା ଖରାପ କଥା ନୁହେଁ। ତେବେ ନିଜର ଅଭିଳାଷ ଓ ଲକ୍ଷ୍ୟ ପୂରଣ ପାଇଁ ଜଣେ ଦେଶର ସ୍ବାର୍ଥ ଜଳାଞ୍ଜଳି ଦେବା ଅୁଚିତ ଓ ଅନ୍ୟ ନାଗରିକଙ୍କ ଅଧିକାରକୁ ଉଲ୍ଲଂଘନ କରିବା ଅପରାଧ ବୋଲି ସେ କହିଛନ୍ତି।

ଅନୁରୂପ ଭାବେ ନ୍ୟାୟପାଳିକାରେ ଦୁର୍ନିତି ହେଉଛି ସମ୍ବିଧାନର ପରମ ଶତ୍ରୁ। ଦୁର୍ନୀତି ନିୟନ୍ତ୍ରଣ କରିବା ପାଇଁ ନ୍ୟାୟପାଳିକା ମଧ୍ୟ କଠୋର ଉପାୟ ଅବଲମ୍ବନ କରିବା ଆବଶ୍ୟକ ବୋଲି ଶ୍ରୀ ସୁବ୍ରମନିଅନ୍‌ କହିଛନ୍ତି। ପ୍ରାୟ ଦେଶର ପ୍ରତିଟି ନାଗରିକ ଏ ଦୁନିଆ ଦେଖିବା ଆଗରୁ, ମା’ ପେଟରେ ଥାଇ ସରକାରୀ ଡାକ୍ତରଖାନା ଯିବା ବେଳଠାରୁ ହିଁ ଦୁର୍ନିତିକୁ ଦେଖି ଆସୁଛନ୍ତି ବୋଲି ସେ କହିଛନ୍ତି।

ଦୁର୍ନୀତି ମାମଲାରେ ଜଡ଼ିତ ଜଣେ ଗ୍ରାମ ପ୍ରଶାସନିକ ଅଧିକାରୀ(VAO)ଙ୍କ ମାମଲାର ଶୁଣାଣି ବେଳେ ଏଭଳି ମତ ରଖିଛନ୍ତି ବିଚାରପତି।

Comments are closed.