Odisha Link
Bridging the Missing Links in Odisha

କରୋନା ଯୁଦ୍ଧରେ ଓଡ଼ିଶା ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି: ନବୀନ

 ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପୁଣି ଥରେ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତିଟି ଜୀବନର ସୁରକ୍ଷା କରିବା ଆମର ପ୍ରଥମ ଦାୟିତ୍ୱ। ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି। କୋଭିଡ଼ ବିରୋଧ ସଂଗ୍ରାମରେ ଆମେ ଭଲ ସ୍ଥିତିରେ ଅଛୁ। ଏହାସହ କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗ, ପ୍ରତିବଦ୍ଧତା ପାଇଁ ଆମେ ଭଲ ସ୍ଥିତିରେ ଅଛୁ। ତେଣୁ ମେ ୩୦ ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଆନ୍ତୁ। କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ନବୀନ ଆହୁରି କହିଛନ୍ତି ଯେ କରୋନା ଯୁଦ୍ଧରେ ଓଡ଼ିଶା ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି। ସାରା ବିଶ୍ବରେ ଓଡ଼ିଶାର କରୋନା ମୃତ୍ୟୁହାର ସବୁଠାରୁ କମ୍। ଧନୀ ରାଷ୍ଟ୍ର ଓ ଦେଶର ଧନୀ ରାଜ୍ୟ ଗୁଡ଼ିକ ମଧ୍ୟ ଏହି ଯୁଦ୍ଧରେ ବିଫଳ ହୋଇଛନ୍ତି। ଏହାର ଶ୍ରେୟ ସବୁ କରୋନା ଯୋଦ୍ଧା ଙ୍କୁ ଯାଉଛି। ସେମାନଙ୍କୁ ଉତ୍ସାହିତ କରିବା ଲାଗି ନବୀନ ବିଶ୍ୱର ପ୍ରତି କୋଣରେ ଥିବା ଓଡ଼ିଆଙ୍କୁ ଅନୁରୋଧ କରିଛନ୍ତି।

Comments are closed.