Odisha Link
Bridging the Missing Links in Odisha

ମନୋଜଙ୍କ ସ୍ଥାନ ନେଲେ ଆଦେଶ, ହେଲେ ଦିଲ୍ଲୀ ବିଜେପି ମୁଖ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପିରେ ପରିବର୍ତ୍ତନ। ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି। ମଙ୍ଗଳବାର ଏ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ଦିଲ୍ଲୀ ବିଜେପି ମୁଖ୍ୟ ବଦରୁ ହଟିବା ପରେ ଦିଲ୍ଲୀବାସୀଙ୍କ ପାଇଁ ଏକ ଟ୍ୱିଟ୍ କରିଛନ୍ତି ଅଭିନେତାରୁ ନେତା ହୋଇଥିବା ମନୋଜ ତିୱାରୀ। ସେ ତାଙ୍କ ଟ୍ୱିଟ୍‌ର୍‌ରେ ଲେଖିଛନ୍ତି, “ ୩.୬ ବର୍ଷ ଧରି ଦିଲ୍ଲୀ ମୁଖ୍ୟ ଭାବେ ମୋତ ସମର୍ଥନ ଓ ସହଯୋଗ କରିଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଖରେ ମୁଁ ଋଣି। ଯଦି ମୋ ଅଜାଣତରେ କିଛି ଭୁଲ୍ ହୋଇଯାଇଥାଏ ତେବେ କ୍ଷମା ଦେବେ।” ଏଥିସହିତ ନୂଆ ଦାୟିତ୍ୱ ପାଇଁ ଆଦେଶ କୁମାର ଗୁପ୍ତାଙ୍କୁ ବଧେଇ ଜଣାଇଛନ୍ତି ମନୋଜ।

ଗତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ମନୋଜ ତିୱାରୀଙ୍କୁ ହଟାଇବାକୁ ଦଳ ଭିତରୁ ଦାବି ଉଠିଥିଲା। କିନ୍ତୁ ସେତେବେଳେ ତାହାକୁ ଟାଳିଦିଆଯାଇଥିଲା। ଆଜି କାର୍ଯ୍ୟଭାର ଗ୍ରହଣ କରିବା ପରେ ଗୁପ୍ତା କହିଛନ୍ତି ଯେ ସେ ଦିଲ୍ଲୀରେ ଦଳର ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିବେ। ସମସ୍ତଙ୍କୁ ନେଇ ସେ ଦଳରେ ଥିବା ମତଭେଦକୁ ଦୂର କରିବେ ଓ ଦିଲ୍ଲୀରେ ହେବାକୁ ଥିବା ଆଗାମୀ ନିଗର ନିଗମ ନିର୍ବାଚନ ଉପରେ ସେ ଗୁରୁତ୍ବ ଦେବେ ବୋଲି କହିଛନ୍ତି। ସେ ମଧ୍ୟ ଦିଲ୍ଲୀରେ କରୋନା ପରିଚାଳନା ବେଳେ ହେଉଥିବା ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମାଲୋଚନା କରିଛନ୍ତି।

Comments are closed.