Odisha Link
Bridging the Missing Links in Odisha

ରାଜ୍ୟରେ ଚାଲିବ ୫ଟି ସ୍ପେଶାଲ ଟ୍ରେନ୍, ସପ୍ତାହକୁ ୫ ଦିନ

ଭୁବନେଶ୍ବର: ଜୁନ୍‌ ୧ରୁ ସାରା ଦେଶରେ ୨୦୦ଟି ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଏଥିସହିତ ରାଜ୍ୟ ଭିତରେ ଚଳାଚଳ କରିବ ୫ଟି ସ୍ୱତନ୍ତ୍ର ଟ୍ରେନ୍। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ,ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ବଲପୁର-ଖୋର୍ଦ୍ଧା ରୋଡ଼ ସମ୍ବଲପୁର, ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱରକୁ ସ୍ୱତନ୍ତ୍ର ଟ୍ରେନ ଗଡ଼ିବ। ୫ଟି ସ୍ୱତନ୍ତ୍ର ଟ୍ରେନ ସପ୍ତାହକୁ ୫ ଦିନ ଚଳାଚଳ କରିବ।

ଯାତ୍ରୀ ଆଇଆରସିଟିସି ୱେବସାଇଟରୁ ଟିକେଟ୍ ବୁକିଂ କରିପାରିବେ। ଟିକେଟ୍ କରିଥିବା ଯାତ୍ରୀ କେବଳ ଟ୍ରେନରେ ଯାତ୍ରା କରିପାରିବେ। ଜୁନ୍ ୮ରୁ ଜୁନ୍ ୩୦ ଯାଏଁ ଚଳପ୍ରଚଳ କରିବ ଟ୍ରେନ୍। ଶନିବାର ଓ ରବିବାର ଲୋକାଲ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Comments are closed.