Odisha Link
Bridging the Missing Links in Odisha

ଜୁଲାଇରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଦ୍ବିପାକ୍ଷିକ ଟେଷ୍ଟ ସିରିଜ

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଜୁଲାଇ ୮ରୁ ପୁଣି କ୍ରିକେଟ ମଇଦାନରେ ଦେଖିବାକୁ ମିଳିବ ଖେଳ। ଜୁଲାଇ ୮ରୁ ୨୮ ପର୍ଯ୍ୟନ୍ତ ଇଂଲଣ୍ଡ ଓ ଓ୍ବଲେସ୍‌ରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଆୟୋଜିତ ହେବ। ଏନେଇ ଇଲଣ୍ଡ ଓ ଓ୍ବେଲସ୍‌ କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।

ଜୁଲାଇ ୮ରୁ ୨୮ ମଧ୍ୟରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ସମସ୍ତ ୩ଟି ମ୍ୟାାଚ୍‌ ଇଣ୍ଡୋରରେ ଖେଳାଯିବ ବୋଲି ସୂଚନା ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜୁଲାଇ ୮ରୁ ୧୨ ପର୍ଯ୍ୟନ୍ତ ଏଜେସ୍‌ ବୋଲରେ ଖେଳ ହେବାକୁ ଥିବା ବେଳେ ଜୁଲାଇ ୧୬ରୁ ୨୦ ୨ୟ ଟେଷ୍ଟ, ଜୁଲାଇ ୨୪ରୁ ୨୮ ୩ୟ ଟେଷ୍ଟ ଖେଳାଯିବ। ୨ୟ ଏବଂ ୩ୟ ଟେଷ୍ଟ ମ୍ୟାଚ୍‌ Emirates Old Trafford ଷ୍ଟାଡିୟମରେ ଖେଳା ଯିବ।

Comments are closed.