Odisha Link
Bridging the Missing Links in Odisha

ସ୍କୁଲ, କଲେଜ ବନ୍ଦ ଥିଲେ ବି ହେବ ପରୀକ୍ଷା

ଭୁବନେଶ୍ବର: ଅନଲକ୍‌ ୧ର ନୂଆ ଗାଇଡଲାଇନ୍‌ ପ୍ରକାଶ ପାଇବାର ଦିନକ ପରେ ରାଜ୍ୟ ସରକାର ଗାଇଡଲାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ଥିଲେ ମଧ୍ୟ ସ୍କୁଲ ଏବଂ କଲେଜରେ ପରୀକ୍ଷା ପରିଚାଳନା କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

କେନ୍ଦ୍ର ସରକାର ଅନଲକ୍-୧ ଘୋଷଣା କରିବା ପରେ ଗତକାଲି ରାଜ୍ୟ ସରକାର ଆଣିଥିଲେ ନୂଆ ଗାଇଡଲାଇନ। ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଜୁଲାଇ ମାସ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

Comments are closed.