Odisha Link
Bridging the Missing Links in Odisha

ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ୱର : ସବୁ ଦିନ ଭଳି ଆଜି ମଧ୍ୟ ବିବାଦ ଘେରରେ ଛନ୍ଦି ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ। କେବେ ଛାତ୍ର ରାଜନିତୀକୁ ନେଇ ବିବାଦ ଉପଜିଥାଏ ତ ଆଉ କେତେ ବେଳେ ବିଶ୍ୱବିଦ୍ୟାଳୟ କତ୍ତୁପକ୍ଷକଙ୍କ କାର୍ଯ୍ୟ କଳାପକୁ ନେଇ ବିବାଦ ଉପଜି ଥାଏ। ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ମଙ୍ଗଳବାର ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାୟଳର ଛାତ୍ର ପ୍ରତିନିଧି ଦଳ।

ଏହି ଦାବି ପତ୍ରରେ ଉଲେଖ ରହିଛି ଯେ ଉତ୍କଳ ବିଶ୍ୱବଦ୍ୟାଳ୍ରରେ ହେଉଥିବା ସମସ୍ତ ନିର୍ମାଣ କାର୍ଯ୍ୟ ବିନା ଟେଣ୍ଡରରେ ହେଉଥିବା ବେଳେ ନିମ୍ନ ମାନର କାର୍ଯ୍ୟ ମଧ୍ୟ ହେଉଛି। ଯାହା ଫଳରେ ଶହ ଶହ ଛାତ୍ର ଛାତ୍ରିଙ୍କ ଜୀବନ ପ୍ରତି ବିପଦ ରହିଛି। କିଛି ମାସ ତଳେ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ହୋଇଥିବା ଗାନ୍ଧି ପାର୍କର କାର୍ଯ୍ୟ ମଧ୍ୟ ଅତି ନିମ୍ନ ମାନର ହେବାର ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟ ପରିସରରେ ୭ନଂ ହଷ୍ଟେଲ ପାଖରେ ଓ ଅଡିଟୋରିଓମ ପଛ ପାଖରେ ଋଷା ବିଲଡିଂ କାମ ଚାଲିଛି।

ତେବେ ଲକଡାଉନ ସମୟରେ କାର୍ଯ୍ୟ ତଦାରଖ କରାଯାଉନଥିବାରୁ ଠିକାଦାର ନିମ୍ନମାନର କାର୍ଯ୍ୟ କରିବାର ସୁଯୋଗ ନେଉଥିବାର ଅଭିଯୋଗ ହୋଇଛି। ଭଲ ପାଚେରିକୁ ଭାଙ୍ଗି ନୁଆ ପାଚେରି ନିର୍ମାଣ କରାର୍ଯ୍ୟ କରାଯାଉଥିବାରୁ ଛାତ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଏଥି ପ୍ରତି ବିଶ୍ୱବିଦ୍ୟାଳୟର କର୍ତ୍ତୁ ପକ୍ଷ କୌଣସି ଦୃଷ୍ଟି ଦେଉ ନଥିବାର ମଧ୍ୟ ଅଭିଯୋଗ ହୋଇଛି । ଏପରି କି ଏହି ଘୋଟାଲାରେ ବିଶ୍ୱବିଦ୍ୟାଳୟର କର୍ତ୍ତୁ ପକ୍ଷ କିଛି ରାଜନୈତିକ ଦଳର ଛାତ୍ର ନେତା ବା କିଛି ସ୍ଥାନିଅ ମାଫିଆଙ୍କ ସହ ସାମିଲ ଥିବାର ଅଭିଯୋଗ ମଧ୍ୟ ହୋଇଛି । ତେବେ ଏହି ପ୍ରତିନଧି ଦଳର ନେତୃତ୍ୱ ଉତ୍କଳ ବିଶ୍ୱବିଦ୍ୟାଳୟର ପୁର୍ବତନ ଛାତ୍ର ସଭାପିତି ମହେଶ ପ୍ରଶାଦ ନେଇଥିଲେ ।

Comments are closed.