Odisha Link
Bridging the Missing Links in Odisha

ବିଜେପି ଛାଡ଼ିଲେ ଜଗନ୍ନାଥ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ଓଡ଼ିଶା ରାଜନୀତିକୁ ଫେରିଲା ଇସ୍ତଫା ପର୍ବ। ଆଜି ଭାରତୀୟ ଜନତା ପାର୍ଟିକୁ ବାଏ ବାଏ କଲେ ଜଗନ୍ନାଥ ପ୍ରଧାନ। ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ‘ମଧ୍ୟ’ ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟରେ ଲଢ଼ି ପରାଜିତ ହୋଇଥିଲେ ଜଗନ୍ନାଥ ପ୍ରଧାନ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା। ଦଳପାଇଁ ସମୟ ଦେଇପାରୁନଥିବା ଓ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳ ଛାଡିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଜଗନ୍ନାଥ। ହେଲେ ହଠାତ୍ କାହିଁକି ବିଜେପିକୁ ବାଏ ବାଏ କଲେ ଜଗନ୍ନାଥ ପ୍ରଧାନ ଏନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା ଜୋର ଧରିଛି।

ଅପରପକ୍ଷେ, ଭୁବନେଶ୍ୱର ସାଂଗଠନିକ ଦାୟିତ୍ୱ ଜଗନ୍ନାଥଙ୍କୁ ଦିଆଯିବା ନେଇ ଚର୍ଚ୍ଚା ଚାଲିଥିବାବେଳେ ଦଳ ବାବୁ ସିଂଙ୍କୁ ଦାୟିତ୍ୱ ଦେଇଛି। ଏହି ଚୟନ ନେଇ ଜଗନ୍ନାଥ ପ୍ରଧାନ ଅସନ୍ତୁଷ୍ଟ ଥିବା ମଧ୍ୟ ବିଭିନ୍ନ ରାଜନୈତିକ ମହଲରେଚର୍ଚ୍ଚା ହେଉଛି । ତେଣୁ ଏହିକାରଣୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଖୋରାକ ଯୋଗାଇଛି।

Comments are closed.