Odisha Link
Bridging the Missing Links in Odisha

କ୍ୟାବିନେଟ ବୈଠକ: MSMEକୁ ଗୁରୁତ୍ବ ଓ ଫସଲର ଭଲ ମୂଲ୍ୟ ପାଇବେ କୃଷକ

ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବେ କରୋନା ସଙ୍କଟ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ପ୍ରକାଶ ଜାଭେଦକର ଓ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକ ସମ୍ମିଳନୀରେ ସମସ୍ତ୍ୟ ତଥ୍ୟ ଉପସ୍ଥାପନା କରିଛନ୍ତି।

ପ୍ରକାଶ ଜାଭଡେକର କହିଛନ୍ତି ଯେ, ଏମଏସଏମଇ ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ଏମଏସଏମଇକୁ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରାଯାଇଛି ଏବଂ ସେମାନଙ୍କୁ ଋଣ ଦେବା ପାଇଁ ଅନେକ ଯୋଜନା କରାଯାଇଛି। ଆହୁରି ଜାଭଡେକର କହିଛନ୍ତି ଯେ ,ବର୍ତ୍ତମାନ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟଗୁଡିକ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହେବ।

ଆହୁରି କହିଛନ୍ତି ଯେ, ଏମଏସଏମଇରେ ୩ଲକ୍ଷ କୋଟି ଋଣ ଦେବା ଯୋଜନା ହୋଇଛି। ଦେଶରେ ୬କୋଟି ଏମଏସଏମଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏମଏସଏମଇ ଦ୍ୱାରା ନୂଆ ନିଯୁକ୍ତି ସୁଯୋଗ ମିଳିବ। ସହର ଓ ଗ୍ରାମୀଣ ଅଞ୍ଚଳର ଲୋକେ ଏନେଇ ଲାଭବାନ ହେବେ। ଏମଏସଏମଇର ପରିଭାଷାକୁ ପରିବର୍ତ୍ତନ କରାଯାଇଛି।

ସେହିପରି କୃଷକ ମାନଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, କୃଷକଙ୍କ ୩ଲକ୍ଷ ଯାଏଁ ଋଣ ଉପରେ ୨% ସୁଧ ଛାଡ଼ ହେବ । ମଣ୍ଡି ଆଇନରେ ପରିବର୍ତ୍ତନ କରାଯିବ। ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ଅଧିକ ଦେବେ ସରକାର। ପଶୁପାଳନ ପ୍ରୋତ୍ସାହନ ପାଇଁ ୧୫ହଜାର କୋଟି ସହାୟତା ମିଳିବ। ମତ୍ସ୍ୟଚାଷୀକୁ ପ୍ରୋତ୍ସାହନ ପାଇଁ ୨୦ହଜାର କୋଟି ଟଙ୍କା ଦିଆଯିବ। ଗରିବଙ୍କ ପାଇଁ ସରକାର ସର୍ବଦା ସମ୍ବେଦନଶୀଳ ବୋଲି ଜାଭେଦକର କହିଛନ୍ତି।

Comments are closed.