Odisha Link
Bridging the Missing Links in Odisha

ଭଲ ଖବର: ସୁସ୍ଥ ହେଲେ ଆଉ ୧୧୯

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୧୯ ଜଣ କରୋନା ଆକ୍ରାନ୍ତ। ଫଲରେ ରାଜ୍ୟରେ ୧୨୪୫ରେ ପହଁଞ୍ଚିଛି ସୁସ୍ଥଙ୍କ ସଂଖ୍ୟା। ଆଜି ୧୨ ଟି ଜିଲ୍ଲାରୁ ୧୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବ୍ୟାସ୍ଥ୍ୟ ଓ ପରିବା କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।

ଯାଜପୁରରୁ ସର୍ବାଧିକ ୬୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୩, କେନ୍ଦ୍ରାପଡ଼ାରୁ ୧୨, ଗଜପତିରୁ ୯, ନୟାଗଡ଼ରୁ ୬, ସୁନ୍ଦରଗଡ଼ରୁ ୫, ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟଙ୍କ ମଧ୍ୟରେ ଗଞ୍ଜାମ ଓ ବଲାଙ୍ଗିରରୁ ୨ ଜଣ ଲେଖାଏ ଏବଂ ସମ୍ୱଲପୁରରୁ ଜଣେ ଅଛନ୍ତି।

ସୂଚନାଥାଉକି, ଆଜି ସକାଳୁ ରାଜ୍ୟର ୧୯ ଟି ଜିଲ୍ଲାରୁ ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି। ଏବେବି ୮୫୦ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.