କରୋନା: ଆଉ ୧୪୩ ଚିହ୍ନଟ, ସୁସ୍ଥ ହେଲେ ୮୦

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟରେ ଆଉ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ବାରାଣ୍ଟିନ୍ ସେଣ୍ଟରରେ ଥିବାବେଳେ ୧୧ ଜଣ ସ୍ଥାନୀୟ ବାସିନ୍ଦା ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି। ଫଳରେ ରାଜ୍ୟରେ ୧୩୨୫ରେ ପହଁଞ୍ଚିଲା ସୁସ୍ଥଙ୍କ ସଂଖ୍ୟା।
ରାଜ୍ୟରେ ୧,୫୯,୫୬୭ ଜଣଙ୍କର ଟେଷ୍ଟ ହୋଇଛି। ରାଜ୍ୟରେ ବର୍ତ୍ତମାନ ୨୩୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି। ୧୩୨୫ ଜଣ ସୁସ୍ଥ ହୋଇଥିବା ବେଳେ ୧୦୫୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।