Odisha Link
Bridging the Missing Links in Odisha

ସଟ୍‌ଡାଉନ୍: ‌୧୧ଟି ଜିଲ୍ଲାରେ ମାଟ୍ରିକ ମୂଲ୍ୟାୟନ ବନ୍ଦ

ଭୁବନେଶ୍ୱର: ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ କିଛି ଦିନ ପୂର୍ବରୁ ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟ୍‌ଡାଉନ୍ କରାଯିବା ନେଇ ଘୋଷଣା କରାଯାଇଥିଲା। ତେବେ ସଟଡାଉନ ଘୋଷିତ ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ମାଟ୍ରିକ ମୂଲ୍ୟାୟନ ବନ୍ଦ ରହିବ।

ସଟ୍‌ଡାଉନ୍ ଘୋଷିତ ୧୧ଟି ଜିଲ୍ଲାରେ ଆଜି ଖାତା ମୂଲ୍ୟାୟନ ହେଉନାହିଁ। ସଟ୍‌ଡାଉନ୍ ପାଇଁ ରବିବାର ବି ୧୧ଟି ଜିଲ୍ଲାରେ ଖାତା ମୂଲ୍ୟାୟନ ହେବ ନାହିଁ। ମାତ୍ର ଅନ୍ୟ ସବୁ ଜିଲ୍ଲାରେ ଶନି ଓ ବରିବାର ଖାତା ମୂଲ୍ୟାୟନ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

କରୋନା ସଂକ୍ରମଣ ବଢିଥିବା ୧୧ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ‌୍‌ଡାଉନ୍ କରାଯିବ। ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟ୍‌ଡାଉନ୍ କରିବାକୁ ଘୋଷଣା କରାଯାଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର ଓ ବାଲେଶ୍ୱର ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି।

Comments are closed.