Odisha Link
Bridging the Missing Links in Odisha

କ୍ୱାରାଣ୍ଟିନ୍‌ରେ ରହିଲେ ୩୭୨ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ୧୪ ଦିନିଆ କ୍ବାରାଣ୍ଟିନ୍‌ରେ ରହିଲେ ଓଡ଼ିଶା ଅଗ୍ନିଶମ ବାହିନୀର ୩୭୨ଜଣ ସଦସ୍ୟ। ବାତ୍ୟା ‘ଅମ୍ପନ୍‌’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହିଛନ୍ତି।

ସମସ୍ତ ସଦସ୍ୟଙ୍କୁ କୃପାଜଳ ଇଞ୍ଜିନିୟରିଂ କ୍ୟାମ୍ପସ୍ ଏବଂ ରେଭିନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ହୋଇଥିବା ଅସ୍ଥାୟୀ କ୍ୟାମ୍ପରେ ଏମାନଙ୍କୁ ରଖାଯାଇଛି। ଗତ ୨୪ ତାରିଖରେ ଏହି ଟିମ୍‌ ପଶ୍ଚିମବଙ୍ଗର କୋଲକାତା ଯାଇଥିବାବେଳେ ସେଠାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସମସ୍ତ ସଦସ୍ୟଙ୍କ କୋଭିଡ୍-୧୯ ଟେଷ୍ଟ କରାଯିବ।

ସେହିପରି ପଶ୍ଚିମବଙ୍ଗରେ ‘ଅମ୍ପନ୍‌’ କ୍ଷୟକ୍ଷତି ପରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ODRAF ଟିମ୍‌ର ସଦସ୍ୟ ମଧ୍ୟ ୧୪ ଦିନ କ୍ବାରାଣ୍ଟିନ୍‌ରେ ରହିବେ। ଏନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ଯାଇଥିବା ଏନ୍‌ଡିଆର୍‌ଏଫ୍‌, ODRAF ଏବଂ ଅଗ୍ନିଶମ ବିଭାଗର ଟିମ୍‌ର ସଦସ୍ୟ କୋଭିଡ୍ ଗାଇଡଲାଇନ୍ ମୁତାବକ ସମସ୍ତ ନିୟମ ପାଳନ କରିବେ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

Comments are closed.