Odisha Link
Bridging the Missing Links in Odisha

ଶନି ଓ ରବିବାର ୧୧ ଜିଲ୍ଲା ସଟ୍‌ଡାଉନ୍: ଜାଣନ୍ତୁ କ’ଣ ରହିଛି ଗାଇଡ୍‌ଲାଇନ୍

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠୁ ୧୧ଟି ଜିଲ୍ଲାରେ ଜାରି ହୋଇଛି ଦୁଇ ଦିନିଆ ସଟ୍‌ଡାଉନ୍ କଟକଣା। ଜୁନ ୩୦ ଯାଏଁ ପ୍ରତି ସପ୍ତାହରେ ୨ ଦିନ ତଥା ପ୍ରତି ଶନିବାର ଓ ରବିବାର ରାଜଧାନୀ ସମେତ ୧୧ଟି ଜିଲ୍ଲା ସଂପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି।

ଏହି ଦୁଇ ଦିନ ସଟଡାଉନ ସମ୍ପର୍କରେ ପ୍ରଥମେ ଏସଆରସିଙ୍କ ଗାଇଡଲାଇନ ପରେ କମିଶନରେଟ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ତେବେ କେଉଁମାନେ ଆଇଡି କାର୍ଡ ଦେଖାଇ ଯାଇପାରିବେ ସେନେଇ କମିଶନରେଟ ପୁଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

୧- ମେଡିକାଲ, ନର୍ସିଂହୋମ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ
୨- ପୁଲିସ ଦେଇଥିବା ପୁରୁଣା ପାସ ଦେଖାଇ ପାରିବେ ମେଡିସିନ ଷ୍ଟୋର ଷ୍ଟାଫ
୩- କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ
୪- ଟେଲିକମ, ମିଡିଆ, ପେଟ୍ରୋଲ କମ୍ପ କର୍ମଚାରୀ ଆଇଡି କାର୍ଡ ଦେଖାଇବେ
୫- ହୋମ ଡେଲିଭରି, ପାନୀୟ ଜଳ, ପରିମଳ ଓ ବିଦୁ୍ୟତ ମକର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ
୬- କଳକାରଖାନା, ହୋଟେଲ କର୍ମଚାରୀ ମଧ୍ୟ ଆଇଡି କାର୍ଡ ଦେଖାଇ ଯାଇପାରିବେ
୭- ଷ୍ଟେସନ, ବସଷ୍ଟାଣ୍ଡ, ବିମାନ ବନ୍ଦର ପାଇଁ ଗାଡ଼ିକୁ ପୁଲିସ ପାସ ଦରକାର
୮- ପୁଲିସ ପାସ ଦେଖାଇ ଟ୍ୟାକ୍ସି, ଅଟୋ, ଓଲା ଓ ଉବେର ଆଦି ଯାଇପାରିବେ
୯- ସଟଡାଉନ ଦିନ ବାହାଘର ଥିଲେ ପୁଲିସ ଠାରୁ ପାସ ନେବା ଜରୁରୀ
୧୦- ଟ୍ୱିନ ସିଟିରୁ ବାହାରକୁ ଯିବାକୁ ଚାହୁଁଥିଲେ ଘରୋଇ ଗାଡ଼ିକୁ ୧୦୦ରୁ ଅନୁମତି ଆଣିବାକୁ ପଡ଼ିବ
୧୧- ମାଲ ପରିବହନ କରୁଥିବା ଖାଲିି ଓ ମାଲ ଭର୍ତ୍ତି ଗାଡ଼ି ପାଇଁ ପାସ ଅନାବଶ୍ୟକ
୧୨- ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏସଏମଏସ ବା ୧୦୦କୁ ଡାଏଲ କରି ପାସ ନେବେ

ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗାଇଡଲାଇନ ଜାରି କରିଛନ୍ତି। ତଦନୁଯାୟୀ: ୧- ମେଡିକାଲ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେକୌଣସି ଲୋକ ଯାଇପାରିବେ। ୨- ଆରବିଆଇ, କ୍ଲିୟରିଂ ହାଉସ, ଏଟିଏମ ସହ ଜଡ଼ିତ କର୍ମଚାରୀ ଯାଇପାରିବେ।୩- ବିମାନ ବନ୍ଦର, ଷ୍ଟେସନ, ବସ ଟର୍ମିନାଲ ସହ ଜଡ଼ିତ କର୍ମଚାରୀଙ୍କୁ ଅନୁମତି। ୪- ସ୍ୱିଗି, ଜୋମାଟୋ ଡେଲିଭରି ବୟଙ୍କୁ ଯା’ଆସ ପାଇଁ ଅନୁମତି। ୫- ଖବରକାଗଜ ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏଁ ବିକ୍ରି ଅନୁମତି।।୬- ଏଲପିଜି ହୋମ ଡେଲିଭରି କରୁଥିବା କର୍ମଚାରୀଙ୍କୁ ଅନୁମତି ।

ଏହା ପୂର୍ବରୁ ସଟଡାଉନ ସତ୍ତ୍ୱେ ବସ ଚାଲିବା ସହ ବସଷ୍ଟାଣ୍ଡ ଖୋଲା ରହିବ ବୋଲି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଥିଲା। ପ୍ରାଇଭେଟ ଗାଡ଼ି ବସ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ବିମାନବନ୍ଦର ବି ଯିବ ବୋଲି କୁହାଯାଇଥିଲା।

ଖୋଲା ରହିବ ପେଟ୍ରୋଲ ପମ୍ପ୍:
ଶନିବାର ଓ ରବିବାର ସଟ‌୍‌ଡାଉନ୍ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ, ଟେଲିକମ, ମାଲ ପରିବହନ, କୃଷି ସମ୍ପର୍କିତ କାର୍ଯ୍ୟ ଚାଲୁ ରହିବ। ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବ। କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଦାହ ସଂସ୍କାର କାର୍ଯ୍ୟ ହେବ ବୋଲି ସେ କହିଛନ୍ତି।

Comments are closed.