Odisha Link
Bridging the Missing Links in Odisha

ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାର ନେବେ: ହାଇକୋର୍ଟ

କଟକ: ଆଗକୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହେଲେ ତାପୂର୍ବରୁ ରଥଯାତ୍ରା ହେବ କି ନାହିଁ ତାହାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ଏପରି ସ୍ଥିତିରେ ଶ୍ରଦ୍ଧାଳୁଙ୍କ ସମେତ ମନ୍ଦିର ସେବାୟତ, ପ୍ରଶାସକ ଓ ସରକାର ଚିନ୍ତାରେ ପଡ଼ିଛନ୍ତି। ହେଲେ ଏସବୁ ମଧ୍ୟରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ହିଁ ନେବେ। ଏହା କହିଛନ୍ତି ମାନ୍ୟବର ହାଇକୋର୍ଟ।

କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବାକୁ ହାଇକୋର୍ଟରେ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟର କୋଭିଡ ଗାଇଡଲାଇନକୁ ଦେଖି ରାଜ୍ୟ ସରକାର ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ସେତେବେଳର ଅବସ୍ଥାକୁ ଦେଖି ରାଜ୍ୟ ସରକାର ଯାହା ନିଷ୍ପତ୍ତି ଦେବେ ବୋଲି ହାଇକୋର୍ଟ କହିଛନ୍ତି।

ଅପରପକ୍ଷେ ରଥଖଳାରେ ଜୋରସୋରରେ ଚାଲିଚି ରଥ ନିର୍ମାଣ କାମ। ରଥ ନିର୍ମାଣରେ ମହାରଣା, ରୂପକାର, କମାର ଓ ଭୋଇ ସେବକ ନିୟୋଜିତ ଅଛନ୍ତି। ୩ ରଥକୁ ଉଠିଲା ବଡ଼ ପୋଟଳ। ଶୀଘ୍ର କାମ ସାରିବାକୁ କାହାରି ହାତକୁ ତର ନାହିଁ।

ସେହିପରି ୩ ରଥର ୧୪ ନାହାକା ନିର୍ମାଣ କାମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ, ଦ୍ବିତୀୟ ଭୂଇଁ ଲାଗିସାରିଥିବା ବେଳେ ତୃତୀୟ ଭୂଇଁ କାମ ସରିଛି । ପାରାଭାଡ଼ି କାମ ଜାରି ରହିଛି । ରଥରେ ରଙ୍ଗପକାଇବା କାମ ଆରମ୍ଭ ହୋଇଛି । ରଥର ପ୍ରାୟ ୭୦ ପ୍ରତିଶତ କାମ ସରିଥିବା ବେଳେ ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ କାମ ସରିବ ବୋଲି ସେବାୟତ ମାନେ କହିଛନ୍ତି।

Comments are closed.