Odisha Link
Bridging the Missing Links in Odisha

ବିଜେପି ନେତା ଜୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପି ନେତା ଜୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାତା ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖରବ ଅନୁଯାୟୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା ମାଧବୀ ରାଜ ସିନ୍ଧିଆଙ୍କୁ ଚାରି ଦିନ ପୂର୍ବରୁ ମ୍ୟାକ୍ସ ସାକେଟରେ ଭର୍ତ୍ତି କରାଯାଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଖରେ କରୋନା ଲକ୍ଷଣ ଦେଖା ଯାଇଥିଲା। ହେଲେ ତାଙ୍କ ମାଙ୍କ ନିକଟରେ କୌଣସି ଲକ୍ଷଣ ନଥିଲା। ଆଜି ଉଭୟଙ୍କ ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ବହାାରିଛି। ବର୍ତ୍ତମାନ ଉଭୟେ ମ୍ୟାକ୍ସ ହସ୍ପିଟାଲରା ଚିକିତ୍ସିତ ହେଉଛନ୍ତି।

Comments are closed.