Odisha Link
Bridging the Missing Links in Odisha

କ୍ରମାଗତ ୩ୟ ଦିନ ପାଇଁ ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ପୁଣିଥରେ ଆଜି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। କ୍ରମାଗତ ୩ୟ ଦିନ ପାଇଁ ଦର ବୃଦ୍ଧି ହୋଇଛି। ଆଜି ବର୍ଦ୍ଧିତ ଦର ଘୋଷଣା ପରେ ଗତ ତିନି ଦିନ ଭିତରେ ପେଟ୍ରୋଲ ୧.୭୪ ଟଙ୍କା ଏବଂ ଡିଜେଲ୍ ୧.୭୮ ଟଙ୍କା ବୃଦ୍ଧି ପାଇଛି।

ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୫୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୫୮ ପଇସା ବୃଦ୍ଧି ଘଟିଛି। ବର୍ଦ୍ଧିତ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୭୨.୪୬ ଟଙ୍କାରୁ ୭୩ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛି ୭୦.୫୯ରୁ ୭୧.୧୭କୁ ବୃଦ୍ଧି ପାଇଛି। ସେହପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ଦର ୭୪.୯୮ ପଇସା ହୋଇଥିବାବେଳେ ଡିଜେଲ ଲିଟର ପିଛା ୬୭.୨୩ ପଇସା ହୋଇଛି।

ସେହିପରି ମୁମ୍ବାଇରେ ପେଟ୍ରୋଲ ୮୦.୦୧ ଏବଂ ଡିଜେଲ ୬୯.୯୨, ଚେନ୍ନାଇରେ ପେଟ୍ରୋଲ ୭୭.୦୮ ଏବଂ ଡିଜେଲ ଲିଟର ପିଛି ୬୯.୭୪ ପଇସାକୁ ବୃଦ୍ଧି ପାଇଛି। ସୂଚନାଥାଉକି, ଅନ୍ତର୍ଜାତୀୟ ସ୍ତରରେ ଅଶୋଧିକ ତୈଳ ଦର ବୃଦ୍ଧି ପାଇଛି। ଯାହାଫଳରେ ପେଟ୍ରୋଲ ଓ ଡିଜେଲ୍ ମହଙ୍ଗା

Comments are closed.