Odisha Link
Bridging the Missing Links in Odisha

ରାଜ୍ୟରେ ଆଜିଠୁ ଘରକୁ ଘର ବୁଲି କରୋନା ଲକ୍ଷଣ ଯାଞ୍ଚ କରିବେ ସ୍ବାସ୍ଥ୍ୟ କର୍ମୀ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଘରକୁ ଘର ବୁଲିବେ ସ୍ବାସ୍ଥ୍ୟ କର୍ମୀ। ଆଉ କରିବେ କରୋନା ଲକ୍ଷଣର ଯାଞ୍ଚ। ଏହି ଯାଞ୍ଚ କାର୍ଯ୍ୟକ୍ରମ ଜୁଲାଇ ୩୧ ଯାଏଁ ହେବ। ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତ୍ୟେକ ବସ୍ତି ଅଞ୍ଚଳରେ ଥିବା ଲୋକଙ୍କ କରୋନା ଲକ୍ଷଣ ଯାଞ୍ଚ ହେବ। ଆଶାକର୍ମୀ ଓ ଏଏନ୍‌ଏମ୍ ଘରକୁ ଘର ବୁଲି କାହାର କରୋନା ଲକ୍ଷଣ ରହିଛି କି ନାହିଁ, ତାହାର ଯାଞ୍ଚ କରିବେ। ଯାହାର କୌଣସି ଲକ୍ଷଣ ଦେଖାଯିବ, ସେମାନଙ୍କ ପରୀକ୍ଷା କରିବା ପାଇଁ ସେମାନେ ସୁପାରିସ୍‌ କରିବେ ବୋଲି ସୂଚନା ଦେଇଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।

ଗତକାଲି ଶ୍ରୀମତି ପଣ୍ଡିତ କହିଥିଲା ଯେ, ଜୀବନ ସହ ଜୀବିକାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସରକାର ଲକ୍‌ଡାଉନ୍‌ ନିୟମକୁ କୋହଳ କରିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ତେବେ ରାଜ୍ୟବାସୀ ଏହାକୁ ନେଇ ଭୟଭୀତ କିମ୍ବା ଆତଙ୍କିତ ହେବାର କୌଣସି କାରଣ ନାହିଁ। ଦେଶର ସର୍ବମାନ୍ୟ ସଂସ୍ଥା ଆଇସିଏମ୍‌ଆର୍‌ର ମାର୍ଗଦର୍ଶନ ଅନୁଯାୟୀ ହିଁ ରାଜ୍ୟରେ କରୋନାର ପରୀକ୍ଷଣ ଚାଲିଛି। ପରୀକ୍ଷଣର ଆବଶ୍ୟକତା ରଖୁଥିବା ପ୍ରତ୍ୟେକଟି ବ୍ୟକ୍ତିବିଶେଷଙ୍କର ସରକାର ନମୁନା ପରୀକ୍ଷା କରୁଛନ୍ତି। ତେଣୁ ପରୀକ୍ଷଣ ପାଇଁ କେହି ବ୍ୟସ୍ତ ବିବ୍ରତ ହେବାର କୌଣସି କାରଣ ନାହିଁ।

ସୂଚନାଥାଉକି, ରାଜ୍ୟରେ ୪ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏପରିକି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ବିଗତ କିଛିଦିନ ହେବ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟା ବଢ଼ିବାରେ ଲାଗିଛି।

Comments are closed.