Odisha Link
Bridging the Missing Links in Odisha

୧୬ ଦିନରେ ୯ ଏନକାଉଣ୍ଟର, ୨୮ ଆତଙ୍କବାଦୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀର ସ୍ଥିତ ସୋପିୟାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିିିଳିଛି। ଏନକାଉଣ୍ଟରେ ହିଜବୁଲର ୩ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚିରହିଥିବା ଖବର ପରେ ସେଠାରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି କରିଥିଲେ। ପରେ ଗୁଳିବିନିମୟ ଫଳରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ଚଳିତ ମାସରେ ୨୮ ଜଣ ଆତଙ୍କବାଦୀଙ୍କୁ ସଫା କଲାଣି ଭାରତୀୟ ସୁରକ୍ଷା ବାହିନୀ ଓ ସ୍ଥାନୀୟ ପୋଲିସ୍‌।

୧୬ ଦିନରେ ମୋଟ ୯ ଏନକାଉଣ୍ଟର କରିଛି ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ୍‌। ଫଳରେ ୨୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

ଜୁନ୍‌ ୧: ନୋଶେରା ସେକ୍ଟରରେ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିଥିଲା ଭାରତୀୟ ସୁରକ୍ଷା ବଳ।
ଜୁନ୍‌ ୨: ପୁଲଓ୍ବାମା ଟ୍ରାଲ ଅଞ୍ଚଳରେ ୨ ଆତଙ୍କବାଦୀ ମୃତ୍ୟୁ।
ଜୁନ୍‌ ୩: ପୁଲଓ୍ବାମାର କଙ୍ଗନ ଅଞ୍ଚଳରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ।
ଜୁନ୍‌ ୫: ରାଜୋରୀ ଜିଲ୍ଲାର କାଳାକୋଟା ଅଞ୍ଚଳରେ ଜଣେ ଆତଙ୍କବାଦୀ ନିହଜ ହୋଇଥିଲେ।
ଜୁନ୍‌ ୭: ଶୋପିଆନ୍‌ର ରେବାନ୍ ଗାଁରେ ୫ ଆତଙ୍କବାଦୀ ନିହତ ହୋଇଥିଲେ।
ଜୁନ୍‌ ୮: ଶୋପିଆନ୍‌ର ପିଞ୍ଜୋରା ଅଞ୍ଚଳରେ ୪ ଆତଙ୍କବାଦୀ ନିହତ ହୋଇଥିଲେ।
ଜୁନ୍‌ ୧୦: ଶୋପିଆନ୍ ର ସୁଗୁ ଅଞ୍ଚଳରେ ୫ ଆତଙ୍କବାଦୀ ନିହତ ହୋଇଥିଲେ।
ଜୁନ୍‌ ୧୩: କୁଲଗାମର ନିପୋରା ଅଞ୍ଚଳରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।
ଜୁନ୍‌ ୧୬: ଶୋପିଆନ୍ ର ତୁର୍କଭଙ୍ଗମ୍ ଅଞ୍ଚଳରେ ୩ ଆତଙ୍କବାଦୀ ନିହତ ହୋଇଥିଲେ।

Comments are closed.