ମହାନଦୀରେ ୫୦୦ ବର୍ଷ ପୁରୁଣା ମନ୍ଦିର ବୁଡ଼ିବା ଘଟଣାର ଅନୁଧ୍ୟାନ ଆରମ୍ଭ

ନୟାଗଡ଼: କିଛି ଦିନ ତଳେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ପଦ୍ମାବତୀ ଗାଁ ନକଟରେ ମହାନଦୀ ଗର୍ଭରେ ୫୦୦ ବର୍ଷ ତଳ ମନ୍ଦିରର ଦଧିନଉତି ଆବିଷ୍କୃତ ହୋଇଥିଲା। ଏବେ ସେହି ୫୦୦ ବର୍ଷ ତଳର ପ୍ରାଚୀନ ଗୋପୀନାଥ ମନ୍ଦିର ବୁଡ଼ିଯିବା ଘଟଣାର ଅନୁଧ୍ୟାନ ଆରମ୍ଭ ହୋଇଛି। ଭୁବନେଶ୍ୱର ଆଇଆଇଟି ଓ ଉତ୍ତର ପ୍ରଦେଶର ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ଦୁଇ ପ୍ରତ୍ନତତ୍ୱବିତ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି।
ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଗଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମହାନଦୀରେ ମନ୍ଦିରଟି କେବେ ପୋତିହେଲା, କିଭଳି ପୋତିହେଲା, ଏହା କେତେବର୍ଷର ପୁରୁଣା ଆଦି ବିଭିନ୍ନ ବିଷୟରେ ଅନୁଧ୍ୟାନ କରିଛନ୍ତି ଦୁଇ ପ୍ରତ୍ନତତ୍ୱବିତ୍।
୧୧ ବର୍ଷ ତଳେ ମହାନଦୀର ପାଣି କମିଥିବାରୁ ମନ୍ଦିରଟି ଦିଶିଥିଲା। କୁହାଯାଏ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ନିକଟରେ ପଦ୍ମାବତୀ ଗାଁ ଥିଲା। ମହାନଦୀ ଗତି ପରିବର୍ତ୍ତନ କରିବାରୁ ଓ କୂଳ ଲଂଘନ କରିଥିବାରୁ ପଦ୍ମାବତୀ ସହିତ ଅନେକ ଗାଁ ମହାନଦୀ ଗର୍ଭରେ ଲୀନ ହୋଇଥିଲା। ସେହି ଗାଁର ଲୋକେ ସୁରକ୍ଷିତ ସ୍ଥାନକୁ ଆସି ନୂଆ ଗାଁ ସ୍ଥାପନ କରି ରହିଛନ୍ତି।