Odisha Link
Bridging the Missing Links in Odisha

ଜୋନ୍‌-୧ରେ ୧୦ ଜିଲ୍ଲା: ଶନିବାର ଓ ରବିବାର ସଟ୍‌ଡାଉନ୍

ଭୁବନେଶ୍ବର: ସାରା ଦେଶରେ କାଲିଠୁ ଲାଗୁ ହେବ ଅନ୍‌ଲକ୍‌ ୨.୦ କଟକଣା। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ମହାମାରୀ କରୋନା ଓ ଅନ୍‌ଲକ୍‌ ୨.୦ କଟକଣାକୁ ନେଇ ରାଜ୍ୟବାସୀଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅପଡେଟ୍‌ ଦେଉଛନ୍ତି।

ରାଜ୍ୟରେ ଦିନିିକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କ୍ରମାଗତ ଭାବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ୫୦ରୁ ଅଧିକ ଆକ୍ଟିଭ କେସ ଥିବା ୧୦ଟି ଜିଲ୍ଲାକୁ ଜୋନ-୧ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା ଜିଲ୍ଲା ଗୁଡ଼ିକ ଜୋନ -୧ରେ ଆସୁଛନ୍ତି। ଏହି ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ ବୋଲି ଅସିତ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି।

ଏଥିସହିତ ଜୁଲାଇ ୩୧ ଯାଏଁ ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ମନା। ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ। ସ୍କୁଲ, କଲେଜ, କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏଁ ବନ୍ଦ ରହିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ରେଷ୍ଟୁରାଣ୍ଟ ଖୋଲା ରହିବ, ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାତି ୯ରୁ ସକାଳ ୫ଟା ଯାଏ ରାତ୍ରକାଳୀନ କର୍ଫ୍ୟୁ ରହିବ। ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ। ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ ରହିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ତ୍ରିପାଠୀ।

ରାଜ୍ୟରେ ସ୍କୁଲ, କଲେଜ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ୩୧ ଅଗଷ୍ଟ ଯାଏଁ ବନ୍ଦ

Comments are closed.