Odisha Link
Bridging the Missing Links in Odisha

ରାଜ୍ୟରେ ସ୍କୁଲ, କଲେଜ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ୩୧ ଅଗଷ୍ଟ ଯାଏଁ ବନ୍ଦ

ଭୁବନେଶ୍ବର: ସାରା ଦେଶରେ କାଲିଠୁ ଲାଗୁ ହେବ ଅନ୍‌ଲକ୍‌ ୨.୦ କଟକଣା। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ମହାମାରୀ କରୋନା ଓ ଅନ୍‌ଲକ୍‌ ୨.୦ କଟକଣାକୁ ନେଇ ରାଜ୍ୟବାସୀଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅପଡେଟ୍‌ ଦେଉଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ୪ ମାସ ହେଲାଣି ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ ଚାଲିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ କରାଯିବ। ରହିବ ୧୦ଟି ଶଯ୍ୟା । ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ, ଆଇସୋଲେସନରେ ରହିବେ। କୋଭିଡ଼ କେୟାର ହୋମ ଦାୟିତ୍ୱରେ ସରପଞ୍ଚ ମାନେ ରହିବେ। ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସରକାରୀ କାର୍ଯ୍ୟାଳୟକୁ କୋରୋନାଠାରୁ ଦୂରରେ ରଖାଯିବ। ୱାର୍ଡ କମିଟିକୁ ୧୦ ହଜାର ଟଙ୍କା ଲେଖାଏଁ ସଚେତନତା ସୃଷ୍ଟି ପାଇଁ ଦିଆଯିବ। ରାଜ୍ୟରେ ଏଥିପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏଥିସହିତ ଜୁଲାଇ ୩୧ ଯାଏଁ ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ମନା। ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ। ସ୍କୁଲ, କଲେଜ, କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏଁ ବନ୍ଦ ରହିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ରେଷ୍ଟୁରାଣ୍ଟ ଖୋଲା ରହିବ, ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାତି ୯ରୁ ସକାଳ ୫ଟା ଯାଏ ରାତ୍ରକାଳୀନ କର୍ଫ୍ୟୁ ରହିବ। ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ। ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ ରହିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ତ୍ରିପାଠୀ।

Comments are closed.