Odisha Link
Bridging the Missing Links in Odisha

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ୫ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ ଦିନକୁ ଦିନ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ଦିନକରେ ସର୍ବାଧିକ। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୧୮୯ରେ ପହଁଞ୍ଚିଛି।

ଆଜି ସୁସ୍ଥ ହୋଇଥିବା ୨୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ୫୯, ଗଞ୍ଜାମରୁ ୪୧, ଖୋର୍ଦ୍ଧାରୁ ୩୮, ଝାରସୁଗୁଡ଼ାରୁ ୧୫, ସୁନ୍ଦରଗଡ଼ରୁ ୧୦, ଭଦ୍ରକରୁ ୮, ଯାଜପୁରରୁ ୮, କେନ୍ଦ୍ରାପଡ଼ାରୁ ୮, କୋରାପୁଟରୁ ୭, ବରଗଡ଼ରୁ ୬, ମୟୁରଭଞ୍ଜରୁ ୬, ଜଗତସିଂହପୁରରୁ ୫, କଟକରୁ ୪, ମାଲକାନଗିରିରୁ ୪, ନବରଙ୍ଗପୁରରୁ ୪, ବାଲେଶ୍ୱରରୁ ୨, କଳାହାଣ୍ଡିରୁ ଜଣେ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.