Odisha Link
Bridging the Missing Links in Odisha

୨୦୨୧ ପଦ୍ମ ପୁରସ୍କାର ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଅନ୍‌ଲାଇନ୍‌ ମନୋନୟନ/ସୁପାରିସ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମେ’ ୧ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଏହି ପକ୍ରିୟା ଚାଲିବ। https://padmaawards.gov.in ରେ ସୁପାରିସ ଓ ମନୋନୟକ କରାଯାଇପାରିବ। ସାଧାରଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯିବ। ଏନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ମର୍ମରେ ସବୁ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର, ଭାରତରତ୍ନ ଓ ପଦ୍ମବିଭୂଷଣପ୍ରାପ୍ତ ବ୍ୟକ୍ତିବିଶେଷ ଏବଂ ଅତି ଉତ୍କୃଷ୍ଟ ପ୍ରତିଷ୍ଠାନଗୁଡ଼ିକୁ ପତ୍ର ଲେଖି ଏଭଳି ପ୍ରତିଭାଶାଳୀ ଲୋକଙ୍କୁ ଏହି ସମ୍ମାନ ପାଇଁ ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି। ଯୋଗ୍ୟ ବ୍ୟକ୍ତିବିଶେଷଙ୍କ ନାମ ମନୋନୀତ/ସୁପାରିସ କରିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ ଜଣାଇଛନ୍ତି। ଏପରିକି ଯୋଗ୍ୟ ବ୍ୟକ୍ତିବିଶେଷ ନିଜ ନାମ ମଧ୍ୟ ନିଜେ ସୁପାରିସ୍ କରିପାରିବେ ବୋଲି ସରକାର ଜଣାଇଛନ୍ତି।

ମହିଳା, ସମାଜର ଦୁର୍ବଳ ଶ୍ରେଣୀର ବ୍ୟକ୍ତି, ତଫସିଲଭୁକ୍ତ ଜାତି ଓ ଉପଜାତିର ବ୍ୟକ୍ତିବିଶେଷ, ଦିବ୍ୟାଙ୍ଗ ବ୍ୟକ୍ତି ତଥା ଅନ୍ୟ ଯେଉଁମାନେ ନିଃସ୍ୱାର୍ଥପର ଭାବେ ସମାଜସେବା କରୁଛନ୍ତି, ସେମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ସୁପାରିସ କରିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରେ ‘ଆୱାର୍ଡସ୍‌ ଏଣ୍ଡ ମେଡାଲ୍‌ସ’ ଶୀର୍ଷକରେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ମିଳିପାରିବ। ଏଥିପାଇଁ www.mha.gov.in କୁ ଲଗ୍‌ଅନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଲିଙ୍କରେ https://padmaawards.gov.in/ ରେ ଥିବା AboutAwards.aspxକୁ ଲଗ୍‌ ଅନ୍‌ କରି ପୁରସ୍କାରର ନିୟମାବଳି ଦେଖି ହେବ।

କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ଭେଷଜ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଂଜିନିୟରିଂ, ଲୋକସେବା ବ୍ୟାପାର, ସିଭିଲ ସେବା, ବାଣିଜ୍ୟ ଓ ଉଦ୍ୟୋଗ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଜାତି, ଧର୍ମ, ପେସା, ପଦ ପଦବି ଓ ଲିଙ୍ଗଗତ ବିଚାର ନିର୍ବିଶେଷରେ ଏ ସମ୍ମାନ ପ୍ରଦାନ କରାଯିବ। ସରକାରୀ କର୍ମଚାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତିବିଶେଷ ମଧ୍ୟ ଏହି ସମ୍ମାନ ପାଇପାରିବେ। ତେବେ ଡାକ୍ତର ଓ ବୈଜ୍ଞାନିକମାନେ ଏହି ପୁରସ୍କାର ପାଇଁ ଯୋଗ୍ୟ ନୁହନ୍ତି। ସେମାନଙ୍କ ପାଇଁ ଅନ୍ୟ ଜାତୀୟ ପୁରସ୍କାରର ବ୍ୟବସ୍ଥା ରହିଛି। ପଦ୍ମ ପୁରସ୍କାର ପାଇଁ ବ୍ୟକ୍ତିବିଶେଷଙ୍କ ନାମ ସୁପାରିସ ଭିତ୍ତିରେ ମନୋନୀତ ହୋଇଥାଏ।

Comments are closed.