Odisha Link
Bridging the Missing Links in Odisha

ସୁସ୍ଥ ହେଲେ ଆଉ ୪୪୦ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୪୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩,୭୪୯ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୩ ଜଣ ସୁସ୍ଥ ହୋଇଥିବା ବେଳେ, ଗଞ୍ଜାମରୁ ୬୮, ବାଲେଶ୍ବରରୁ ୪୯, ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୂରଭଞ୍ଜରୁ ୨୦, କୋରାପୁଟରୁ ୧୮,ପୁରୀରୁ ୧୭, ଝାରସୁଗୁଡ଼ାରରୁ ୧୨, କେନ୍ଦୁଝରରୁ ୧୨, ନବରଙ୍ଗପୁରୁ ୧୨, କଟକରୁ ୧୧, ବରଗଡ଼ରୁ ୧୦, ଯାଜପୁରରୁ ୯, ଅନୁଗୁଳରୁ ୯, କେନ୍ଦ୍ରାପଡ଼ାରୁ ୬, ସୁନ୍ଦରଗଡ଼ରୁ ୬, ବଲାଙ୍ଗୀରରୁ ୫, ସମ୍ବଲପୁରରୁ ୫ ଓ ନୟାଗଡ଼ରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

Comments are closed.